vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷାକୁ ନେଇ ପ୍ରଶ୍ନ କରିଛନ୍ତି ମନମୋହନ ସିଂହ

14/05/2018 at 10:35 AM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷା ବା କଥାକୁ ନେଇ ପ୍ରଶ୍ନ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦର ଗରିମା ନଷ୍ଟ କରୁଥିବାନେଇ କଂଗ୍ରେସ ନେତାଙ୍କ ଅଭିଯୋଗ ବେଳେ, ପୂର୍ବତନ ପ୍ରଧାନମନ୍ତ୍ରୀ ଆଉ ଏକ ସଂଗୀନ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଧମକ ପୂର୍ଣ୍ମ ଭାଷା ବ୍ୟବହାରକ କରୁଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଲେଖିଥିବା ଚିଠିରେ ଏହି ଅଭିଯୋଗ କରିଛନ୍ତି ମିଷ୍ଟର କୁଲ୍ ଆଣ୍ଡ ଜେଣ୍ଟଲ ପିଏମ୍‌ ଭାବେ ପରିଚିତ ଡକ୍ଟର ମନମୋହନ ସିଂହ । ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । କହିଛନ୍ତି ଅନ୍ୟକୁ ଭୟଭୀତ କରିବା ଭଳି ଭାଷା କହୁଛନ୍ତି ପ୍ରଧାନମନ୍ତ୍ରୀ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଡକ୍ଟର ମନମୋହନ ସିଂହ ଏନେଇ ତୀବ୍ର ପ୍ରତିବାଦ ସହ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଚିନ୍ତା ପ୍ରକଟ କରିଛନ୍ତି । କିଛି କଂଗ୍ରେସ ସାଂସଦ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କଥା କୁ ନେଇ ଚିନ୍ତା ବୟ୍କ୍ତ କରିଛନ୍ତି ।

Leave a Reply

   Related Posts