Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚୀନ୍‌ ବିବାଦ ନେଇ ମନମୋହନ ସିଂହଙ୍କ ବୟାନ, ଯବାନଙ୍କ ବଳିଦାନ ବ୍ୟର୍ଥ ନଯାଉ

22/06/2020 at 11:26 AM

ନୂଆଦିଲ୍ଲୀ ୨୨।୦୬:  ପୂର୍ବ ଲଦାଖର ଗଲଓ୍ୱାନ ଘାଟିରେ ହୋଇଥିବା ହିସାଂତ୍ମକ ଘଟଣାକୁ ନେଇ ଭାରତ-ଚୀନ୍‌ ମଧ୍ୟରେ ବିବାଦ ଦେଖାଦେଇଛି । ଯାହାଫଳରେ କି ସୀମାରେ ଉତ୍ତେଜନା ଓ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ସମୟରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବୟାନ ଆସିଛି । ମନମୋହନ ସିଂହ ନିଜ ବୟାନରେ କହିଛନ୍ତି ଯେ, ଭାରତ ସରକାରଙ୍କ ଉଚିତ ଜବାବ ଦେବାକୁ ପଡିବ । ଲଦାଖ ସୀମାରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ କହିଛନ୍ତି । ଯବାନଙ୍କ ବଳିଦାନ ବ୍ୟର୍ଥ ନଯିବା ଦରକାର । ସରକାରଙ୍କୁ ଚୀନ୍‌ର ଧମକରେ ଡରିବା ଉଚିତ୍‌ ନୁହେଁ, ବରଂ ଚୀନ୍‌କୁ ଦୃଢ ଜବାବ ଦେବା ପାଇଁ ସମୟ ଆସିଯାଇଛି । ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ବୟାନରେ ଦୁର୍ବଳ ବୋଲି ନହେବା ଉଚିତ୍‌ । ସମୟ ଆସିଯାଇଛି ପୁରା ରାଷ୍ଟ୍ର ଏକ ହୋଇ ଦୁଃସାହଶ ସହ ଜବାବ ଦେବା ଉଚିତ୍‌ ।  

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଚୀନ୍‌ ସହିତ ଲାଗିରହିଥିବା ବିବାଦ ସମୟରେ ନିଜ ବୟାନ ଜାରି କରିଛନ୍ତି । ନିଜ ବୟାନରେ ମନମୋହନ କହିଛନ୍ତି ଯେ, ସରକାରଙ୍କୁ ଆଗ୍ରହ କରୁଛି  ଯେ, କୌଣସି ପ୍ରକାର ଭ୍ରମାତ୍ମକ ବୟାନ ଜାରି କରାନଯାଉ । କୁଟନୀତି ସ୍ତରରେ ଦୃଢ ମୁକାବିଲା କରିବା ଉଚିତ୍‌ । ବର୍ତ୍ତମାନ ଆମ ଦେଶ ଏକ କଠିନ୍‌ ପରିସ୍ଥିତିରେ ଛିଡା ହୋଇଛି । ଏହି ସମୟରେ ଆମେ ସରକାରଙ୍କୁ ଏତିକି ଅନୁରୋଧ କରୁଛି ଯେ, ସରକାର ଏପରି କୌଣସି ପଦକ୍ଷେପ ନଉଠାନ୍ତୁ, ଯେପରି ଭବିଷ୍ୟତରେ କିଛି ବି ଅସୁବିଧା ହେବନାହିଁ । ଦେଶର ପ୍ରଜାତନ୍ତ୍ର ର ଦାୟିତ୍ୱ ପ୍ରଧାନମନ୍ତ୍ରୀଙ୍କ ହାତରେ ରହିଛି । ପୂର୍ବ ପ୍ରଧାନମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ଚୀନ୍‌ ଅପ୍ରେଲ୍‌ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗଲଓ୍ୱାନ୍‌ ଘାଟି ଓ ପେଙ୍ଗାଙ୍ଗରେ ଅନେକ ଥର ଅନୁପ୍ରବେଶ କରିଚାଲିଛି । ଭାରତୀୟ ସୀମାରେ ନିଜର ଦାବି ଦେଖାଇଆସୁଛି । ଆମେ ଚୀନ୍‌ର କୌଣସି ଦାବି ଧମକକୁ ମାନିବା ନା ତା ସାମ୍ନାରେ ମୁଣ୍ଡ ନୁଆଇଁବା । ଏହାହିଁ ଚୀନ୍‌କୁ ଉଚିତ୍‌ ଜବାବ ଦିଆଯାଇପାରିବା ବୋଲି ମନମୋହନ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗଲଓ୍ୱାନ ଘାଟିରେ ଚୀନ୍‌-ଭାରତ ସୈନ୍ୟ ମଧ୍ୟରେ ଗତକିଛି ଦିନ ତଳେ ହିସାଂତ୍ମକ ଘଟଣା ଘଟିଥିଲା । ଯେଉଁଥିରେ ଭାରତର ୨୦ଯବାନ ସହିଦ ହୋଇଥିବା ବେଳେ ଚୀନ୍‌ର ୪୦ରୁ ଅଧିକ ସୈନ୍ୟ ମୃତାହତ ହୋଇଥିବା ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ୍‌ ପକ୍ଷରୁ କେତେଜେଣ ସୈନ୍ୟ ମୃତ୍ୟୁବରଣ କରିଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଏପଟେ ବିବାଦ ତୁଟାଇବା ପାଇଁ କୁଟନୈତିକ ଓ ଜେନେରାଲ ସ୍ତରରେ ଆଲୋଚନା ଜାରି ରହିଛି ।

   Related Posts