ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ଏଣିକି ରାଜ୍ୟସଭାର ଶେଷ ଧାଡ଼ିରେ ବସିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଜାଣନ୍ତୁ ମୋଦି ସରକାରଙ୍କ ନିଷ୍ପତ୍ତି

3/02/2023 at 4:31 PM

ନୂଆଦିଲ୍ଲୀ ୩।୨: କଂଗ୍ରେସର ବରିଷ୍ଠତମ ନେତା ତଥା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରାଜ୍ୟସଭା ସାଂସଦ ଅଛନ୍ତି। ତେବେ ରାଜ୍ୟସଭାରେ ତାଙ୍କ ସିଟିଂ ଆରେଞ୍ଜମେଣ୍ଟରେ ବଡ଼ ପରିବର୍ତ୍ତନ ହୋଇଛି। ପୂର୍ବରୁ ରାଜ୍ୟସଭାର ପ୍ରଥମ ଧାଡିରେ ବସୁଥିବା ମନମୋହନ ସିଂହଙ୍କୁ ଏବେ ପଛ ଧାଡିରେ ବସିବାକୁ ପଡିବ। ତେବେ ଏହା ପଛରେ କୌଣସି ରାଜନୈତିକ ନୁହେଁ ବରଂ ତାଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ବ୍ୟବସ୍ଥା କରାଯାଇଛି। ଏବେ ରାଜ୍ୟସଭାରେ ମନମୋହନ ସିଂଙ୍କ ଆସନରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ବସିବେ।

କୁହାଯାଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ଦୀର୍ଘ ସମୟରୁ ଖରାପ ରହିଛି। ସେ ସଦନକୁ ହ୍ୱିଲ ଚେୟାରରେ ଆସୁଛନ୍ତି। ଗୃହକାର୍ଯ୍ୟ ଚାଲୁଥିବା ବେଳେ ମଧ୍ୟ ସେ ହ୍ୱିଲଚେୟାରରେ ବସି ରହୁଛନ୍ତି। ରାଜ୍ୟସଭାର ପ୍ରଥମ ଧାଡିରେ ହ୍ୱିଲଚେୟାର ରଖିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏଣୁ ତାଙ୍କୁ ଶେଷ ଧାଡିରେ ବସେଇବା ପାଇଁ ନିଷ୍ପତ୍ତି ହୋଇଛି। ଏଠାରେ ମଧ୍ୟ ସେ ହ୍ୱିଲ ଚେୟାରରେ ବସିବେ ତେବେ ତାଙ୍କୁ ଯେପରି କୌଣସି ଅସୁବିଧା ନ ହୁଏ ତାହା ବ୍ୟବସ୍ଥା କରାଯିବ।

ଉଲ୍ଲେଖଯୋଗ୍ୟ ଯେ ସଂସଦର ପରମ୍ପରା ଅନୁସାରେ ବରିଷ୍ଠ ସଦସ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ, ସଂସଦୀୟ ଦଳର ଯୋଗ୍ୟ ନେତାଙ୍କୁ ଓ ପାର୍ଟିର ବରିଷ୍ଠ ସଦସ୍ୟଙ୍କୁ ରାଜ୍ୟସଭାର ଫ୍ରଣ୍ଟ ରୋ ରେ ବସାଯାଏ। ସେହି ଅନୁସାରେ ସଂସଦରେ ମନମୋହନ ସିଂହଙ୍କ ସ୍ଥାନ ପ୍ରଥମ ଧାଡିରେ ରହୁଥିଲା। ତେବେ ତାଙ୍କର ଖରାପ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କର ବସିବାର ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି।

   Related Posts