ଧାମନଗର ଉପନିର୍ବାଚନରେ ଲୋକ ଦାୟିତ୍ବ ନେଇଥିଲେ, ଝାରସୁଗୁଡ଼ାରେ ବି ଦାୟିତ୍ବ ନେବେ : ମନମୋହନ ସାମଲ
14/04/2023 at 5:29 PM

ଭୁବନେଶ୍ବର ୧୪।୪: ଝାରସୁଗୁଡା ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଧାମନଗର ଉପନିର୍ବାଚନରେ ଲୋକ ଦାୟିତ୍ବ ନେଇଥିଲେ, ଝାରସୁଗୁଡ଼ାରେ ବି ଲୋକ ଦାୟିତ୍ବ ନେବେ । ଧାମନଗର ଭଳି ଏଠି ଦଳ ବିଜୟୀ ହେବୁ । ଝାରସୁଗୁଡା ପାଇଁ ସ୍ୱତନ୍ତ୍ର ଭାବେ ରଣନୀତି କରାଯାଇଛି । ଦଳୀୟ ନେତାଙ୍କ ସହ ଚର୍ଚ୍ଚା ଆଲୋଚନା କରି ଯୋଜନା ପ୍ରସ୍ତୁତ ହେବ । ଏହି ଉପନିର୍ବାଚନକୁ ଗୁରୁତ୍ୱର ସହ ନେଇଛି ଦଳ ।
ସାଧାରଣ ଲୋକ ଏହି ନିର୍ବାଚନ ଲଢ଼ିବେ । ବିଜେପି ସାଧାରଣ ଲୋକଙ୍କ ନେତୃତ୍ୱରେ ଏହି ନିର୍ବାଚନ ଲଢେଇ କରିବ । ଲୋକ ନିର୍ବାଚନ ଲଢ଼ିବେ ଆମେ ବିଜୟୀ ହେବୁ । ଧାମନଗର ଉପନିର୍ବାଚନରେ ଲୋକ ଦାୟିତ୍ବ ନେଇଥିଲେ । ସେମାନେ ଲଢେଇ କଲେ ବିଜେପିକୁ ବିଜୟୀ କଲେ । ଝାରସୁଗୁଡ଼ାରେ ବି ଲୋକ ଦାୟିତ୍ବ ନେବେ । ଧାମନଗର ଭଳି ଏଠି ଦଳ ବିଜୟୀ ହେବ ବୋଲି ବିଜେପି ରାଜ୍ୟ ସଭାପତି କହିଛନ୍ତି ।