ବିଜେପି ମଙ୍ଗ ଧରିବା ପରେ ମନମୋହନଙ୍କ ପ୍ରତିକ୍ରିୟା, କହିଲେ ୨୦୨୪ରେ ଆମେ ଗଢିବୁ ସରକାର

Published By : Prameya-News7 Bureau | March 23, 2023 IST

ଭଦ୍ରକ ୨୩/୦୩: ସଭାପତି ନିଯୁକ୍ତି ହେବା ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସାମଲ । ସେ କହିଛନ୍ତି ସମସ୍ତଙ୍କୁ ନେଇ କାମ କରିବି । 'ଗୋଟିଏ ଟିମ୍ ହୋଇ କାମ କରିବୁ । ତେବେ ଏଥିପାଇଁ ମୋତେ ସମସ୍ତଙ୍କ ସହଯୋଗ ଲୋଡା ।

wp:html /wp:html

ରାଜ୍ୟରେ ବିକଳ୍ପ ସରକାରର ଆଶା ପୂରଣ କରିବାକୁ ଚେଷ୍ଟା କରିବି । ଲୋକ ପରିବର୍ତ୍ତନ ଚାହୁଁଛନ୍ତି । ବିଜେପିକୁ ବି ଧୀରେ ଧୀରେ ଲୋକେ ବାଛିଲେଣି । ଗତ ନିର୍ବାଚନରେ ଏହା ପ୍ରମାଣିତ ହୋଇସାରିଛି । ୨୦୨୪ରେ ଆମେ ସରକାର ଗଢିବୁ । ତେବେ ନୂଆ ଦାୟିତ୍ୱ ପାଇଁ କେନ୍ଦ୍ର, ରାଜ୍ୟ ନେତୃତ୍ୱଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

ସୂଚନା ଥାଉକି, ମନମୋହନଙ୍କୁ ନୂଆ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନ ସାମଲକୁ ନୂଆ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ମନମୋହନ ସାମଲ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ତୁଲାଇଥିଲେ । ମନମୋହନ ସାମଲ ବିଜେଡ଼ି–ବିଜେପି ମେଂଟ ସରକାର ବେଳେ ମନ୍ତ୍ରୀ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.