ମନୀଷ ଅନୁରାଗ ମୃତ୍ୟୁ ମାମଲା, ପାତ୍ରପଡ଼ା ସାଉଥ ସିଟି ହୋଟେଲ୍‌ ସିଲ୍‌

Published By : Prameya-News7 Bureau | October 11, 2021 IST

ଭୁବନେଶ୍ବର ୧୧।୧୦: ମନୀଷ ଅନୁରାଗ ମୃତ୍ୟୁ ମାମଲା । ପାତ୍ରପଡାସ୍ଥିତ ସାଉଥ ସିଟି ହୋଟେଲକୁ ସିଲ୍ କଲା କମିଶନରେଟ ପୋଲିସ । ହୋଟେଲରେ ତମାଣ୍ଡୋ, ଲକ୍ଷ୍ମୀସାଗର ଓ ଇନଫୋସିଟି ଥାନା ପୋଲିସର ତଦନ୍ତ ଆରମ୍ଭ କରିଛନ୍ତି । ବିଭିନ୍ନ କାଗଡପତ୍ର ଯାଞ୍ଚ ସହ ସିସିଟିଭି ଆଧାରରେ ଛାନଭିନ କରୁଛି ପୋଲିସ । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ।

ଖବର ଅନୁଯାୟୀ, ଶନିବାର ରାତିରୁ ମନୀଷ କେଉଁଆଡ଼େ ନିଖୋଜ ଥିଲେ। ନିଖୋଜ ନେଇ ଇନଫୋସିଟି ଥାନାରେ ଅଭିଯୋଗ ହୋଇଥିଲା। ହେଲେ କୌଣସି ପତ୍ତାମିଳିନଥିଲା । ଶେଷରେ ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅଞ୍ଚଳର ଏକ ପୋଖରୀରରେ ନବୀନଙ୍କ ବଡ ପୁଅ ମନୀଷ ଅନୁରାଗଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ପାତ୍ରପଡ଼ା ମା ନମନକଣି ପୋଖରୀରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।ମୃତଦେହ ଉଦ୍ଧାର କରି ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛି । ମନୀଷ ଅନୁରାଗଙ୍କୁ କେହି ହତ୍ୟା କରି ପୋଖରୀରେ ପକାଇ ଦେଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.