Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଦିଲ୍ଲୀ ମଦ ଘୋଟାଲା ମାମଲା: ଆଉ ୫ ଦିନ ବଢ଼ିଲା ମନୀଷ ସିସୋଦିଆଙ୍କ ରିମାଣ୍ଡ

17/03/2023 at 5:26 PM

ନୂଆଦିଲ୍ଲୀ, ୧୭/୦୩: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଶୁକ୍ରବାର ରାଉଜୁ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟରେ ହାଜର କରାଯାଇଥିଲା। ତାଙ୍କର ରିମାଣ୍ଡକୁ ନେଇ ଶୁଣାଣି ହୋଇଛି। ଏହି ସମୟରେ ଇଡି ମନୀଷ ସିସୋଦିଆଙ୍କ ରିମାଣ୍ଡ ବଢ଼ାଇବା ପାଇଁ ଦାବି କରିଥିଲେ। ଯାହାପରେ କୋର୍ଟ ମନୀଷଙ୍କ ରିମାଣ୍ଡ ୫ ଦିନ ଆହୁରି ବଢ଼ାଇଛନ୍ତି। ସେ ଏବେ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ରିମାଣ୍ଡରେ ରହିବେ। ଇଡି ୭ ଦିନ ରିମାଣ୍ଡ ଦାବି କରିଥିଲା।

ଇଡି କୋର୍ଟକୁ କହିଥିଲେ ଯେ ଆଲୋକ ଶ୍ରୀବାସ୍ତବ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଯାହାକୁ ନେଇ ଏବେ ଯାଞ୍ଚ ଚାଲିଛି। ଇଡି କହିଛି ଯେ ମାମଲାର ଅଭିଯୋଗ ମିଳିବା ପରେ ପରେ ସିସୋଦିଆ ୨୨ ଜୁଲାଇରେ ମୋବାଇଲ ବଦଳାଇଦେଇଥିଲେ। ପଚରା ଉଚରାରେ ସିସୋଦିଆ କହିପାରିନଥିଲେ ଯେ ସେ ଫୋନ୍‌ର କ’ଣ କରିଥିଲେ। ଏଥିପାଇଁ ଇଲେକ୍ଟ୍ରୋନିକ ଡାଟାକୁ ନେଇ ପଚରା ଉଚରା ବାକି ରହିଛି। ଇଡି ଦାବି କରିଛି ଯେ ସିସୋଦିଆଙ୍କ କମ୍ପ୍ୟୁଟରରୁ ମିଳିଥିବା ମାର୍ଚ୍ଚ ୨୦୧୯ରୁ ଦସ୍ତାବେଜ୍‌ରେ ୫ ପ୍ରତିଶତ କମିଶନ ଥିଲା ଯାହା ସେପ୍ଟେମ୍ବର ୨୦୨୨ ରେ ବଢ଼ି ୧୨ ପ୍ରତିଶତ କରାଯାଇଛି।

ସିସୋଦିଆଙ୍କ ଓକିଲ ରିମାଣ୍ଡକୁ ବିରୋଧ କରି କହିଛନ୍ତି ଇଡି ଯାହା କହୁଛି ତାହା ସିବିଆଇ ମଧ୍ୟ କୋର୍ଟ​‌ରେ କହିଛି। ଏଥିରେ କିଛି ନୂଆ ନାହିଁ। ଓକିଲ କହିଛନ୍ତି ୭ ଦିନରେ କେବଳ ୧୨ ରୁ ୧୩ ଘଣ୍ଟା ପଚରା ଉଚରା ହୋଇଛି। ଏହା ଉପରେ ଇଡି କହିଛି ଯେ ୫ ରୁ ୬ ଘଣ୍ଟା ପଚରା ଉଚରା  କରାଯାଇଛି।ଯାହାର ସିସିଟିଭି ପ୍ରମାଣ ମଧ୍ୟ ରହିଛି।

ସୂଚନାଯୋଗ୍ୟ, ଦିଲ୍ଳୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅବକାରୀ ନୀତିରେ ପରିବର୍ତ୍ତନ କରିବା ମାମଲାରେ ଗତ ଫେବ୍ରୁଆରୀ ୨୬ ରେ ଗିରଫ କରିଥିଲା। ତିହାର ଜେଲ୍‌ରେ ଥିବା ସମୟରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନୀଷ ସିସୋଦିଆଙ୍କୁ ୯ ମାର୍ଚ୍ଚ​ରେ ମନି ଲଣ୍ଡ୍ରିଂ ମାମଲାରେ ଗିରଫ କରିଥିଲା।

ଇଡି ଦିଲ୍ଳୀ ଅବକାରୀ ନୀତି ମାମଲାରେ ଅନିୟମିତତା ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଅନିୟମିତତା ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ସିସୋଦିଆଙ୍କୁ ତିହାର ଜେଲରେ ପଚରା ଉଚରା କରିଥିଲେ। ଗିରଫଦାରୀ ପରେ ଇଡି ମନୀଷ ସିସୋଦିଆଙ୍କୁ କୋର୍ଟରେ ହାଜର କରିଥିଲେ। ଯେଉଁଠାରେ କୋର୍ଟ ତାଙ୍କୁ ଇଡିଙ୍କ ରିମାଣ୍ଡ ପଠାଇଦେଇଥିଲେ।

   Related Posts