'CM ଅଫର ଦେଲେ, ଆପ୍ ଛାଡିବାକୁ କହିଲେ', ସିବିଆଇ କାର୍ଯ୍ୟାଳୟରୁ ବାହାରି ସାଂଘାତିକ ବୟାନ ଦେଲେ ସିସୋଦିଆ

Published By : Prameya-News7 Bureau | October 17, 2022 IST

ନୂଆଦିଲ୍ଲୀ:  ଦିଲ୍ଲୀର ଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇର ପଚରାଉଚରା ଶେଷ ହୋଇଛି। ପ୍ରାୟ ନଅ ଘଣ୍ଟା ଧରି ସିସୋଦିଆଙ୍କୁ ସିବିଆଇ ପଚରାଉଚରା କରିଛି । ସିବିଆଇ କାର୍ଯ୍ୟାଳୟରୁ ବାହାରି ଗଣମାଧ୍ୟମ ଆଗରେ ସିସୋଦିଆ ଅନେକ ସାଂଘାତିକ ଦାବି କରିଛନ୍ତି । ସିସୋଦିଆ ଏହା ମଧ୍ୟ ଦାବି କରିଛନ୍ତି ଯେ, ତାଙ୍କୁ ଜେରା ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରିବାକୁ ଅଫର ଦିଆଯାଇଛି ।

ମନୀଷ ସିସୋଦିଆ କହିଛନ୍ତି, ' ଆମେ ମୁଁ ସିବିଆଇ କାର୍ଯ୍ୟାଳୟ ଯାଇଥିଲି । ସେଠାରେ ଦୁର୍ନୀତିକୁ ନେଇ କୌଣସି ଚର୍ଚ୍ଚା ହେଉ ନଥିବା ମୁଁ ଦେଖିଥିଲି । ଏହି ସବୁ ମାମଲା ମିଛ । ମୁଁ ଜାଣିଛି ଏହି ସବୁ ମାମଲା ମିଛ । ଯେଉଁ ପରି ଆଜି ମୁଁ ସିବିଆଇ କାର୍ଯ୍ୟାଳୟରେ ରହିଲି ସେଥିରୁ ଜାଣିଲି ଯେ ଏହି ସବୁ ମାମଲା ମିଛ । ଆଜି ମୁଁ ଜାଣିବାକୁ ପାଇଲି ଯେ ସେମାନେ କୌଣସି ମାମଲାର ତଦନ୍ତ ପାଇଁ ସିବିଆଇ କେସ କରି ନାହାନ୍ତି । ସେମାନେ ଅପରେସନ ଲୋଟସକୁ ସଫଳ କରାଇବା ପାଇଁ ଏହି କେସ କରିଛନ୍ତି । ସିବିଆଇ ପରି ଏଜେନ୍ସିକୁ ବିଜେପି ବ୍ୟବହାର କରୁଥିବା ଆଜିର ୯ ଘଣ୍ଟାରେ ଜାଣିଲି'।

ମନୀଷ ସିସୋଦିଆ କହିଛନ୍ତି, 'ମୋତେ ମୁଖ୍ୟମନ୍ତ୍ରୀ କରାଇବାକୁ ଅଫର ଦିଆଗଲା । ଏହା ଉପରେ ମୁଁ କହିଥିଲି ମୁଖ୍ୟମନ୍ତ୍ରୀ ପାଇଁ ନୁହେଁ ବରଂ ଶିକ୍ଷା ଉପରେ କାମ କରିବାକୁ ଆସିଛି । ମୁଁ ଅପରେସନ ଲୋଟସର ଚାପରେ ଆସିବି ନାହିଁ'।

wp:html /wp:html

ଅନ୍ୟପଟେ ମନୀଷ ସିସୋଦିଆଙ୍କ ଏହି ବୟାନକୁ ଖଣ୍ଡନ କରିଛି ସିବିଆଇ । ସିବିଆଇ କହିଛି, 'ଆଜି ଦିଲ୍ଲୀ ଅବକାରୀ ଘୋଟାଲାରେ ମନୀଷ ସିସୋଦିଆଙ୍କୁ ଜେରା କରାଯାଇଛି । ତାଙ୍କ ବୟାନର ସତ୍ୟତା ଯାଞ୍ଚ କରାଯିବ ଏବଂ ଏହାପରେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମନୀଷ ସିସୋଦିଆ ମିଡିଆ ଆଗରେ ରଖିଥିବା ବୟାନ ଏବଂ ତାଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରୁଛୁ । ସିସୋଦିଆଙ୍କୁ ଆଇନ ଅନୁସାରେ ପଚରାଉଚରା କରାଯାଇଛି। ଆଇନ ଅନୁସାରେ ହିଁ ଭବିଷ୍ୟତର ତଦନ୍ତ କରାଯିବ'।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.