suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀ: ହାତୀ ଆକ୍ରମଣରେ ଜଣେ ମୃତ, ଧାନ ଗଦା ସଜାଡି ରଖୁଥିବାବେଳେ ଦଳିଦେଲା ଦନ୍ତା
  • ||
  • ବୌଦ୍ଧ: ବହିରା ଛକରେ ସିରିଜ୍ ଦୁର୍ଘଟଣା, ୫ ବାଇକ୍‌କୁ ପିଟି ହୋଟେଲରେ ପଶିଲା ସ୍କର୍ପିଓ
  • ||

ମନୀଷ ସିସୋଦିଆଙ୍କ ପାଇଁ ବଢୁଛି ଅଡୁଆ, ସିବିଆଇ ଜାରି କଲା ଲୁକଆଉଟ୍ ନୋଟିସ୍

21/08/2022 at 10:19 AM

ନୂଆଦିଲ୍ଲୀ, ୨୧|୦୮: ମନୀଷ ସିସୋଦିଆଙ୍କ ପାଇଁ ବଢିଲା ଅଡୁଆ । ଅବକାରୀ ନୀତିକୁ ନେଇ ବିବାଦରେ ଛନ୍ଦି ହୋଇଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ସମସ୍ୟା ପିଛା ଛାଡୁନି । ସିବିଆଇ ତାଙ୍କ ଘରେ ରେଡ୍ କରିବା ପରେ ଏବେ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ନାଁରେ ଲୁକଆଉଟ୍ ନୋଟିସ୍ ଜାରି କରିଛି ।

ସବୁଠାରୁ ବଡ କଥା ହେଉଛି ଯେ, ମୁମ୍ବାଇର ଏଣ୍ଟରଟେନମେଣ୍ଟ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ସିଇଓ ବିଜୟ ନାୟରଙ୍କ ନାଁ ଲୁକଆଉଟ ନୋଟିସରେ ସାମିଲ ନାହିଁ ।

ତେବେ ପୂର୍ବରୁ ଶନିବାର ସାମ୍ବାଦିକ ସମ୍ମିଳନୀ କରିଥିଲେ ସିସୋଦିଆ ।  ଗିରଫଦାରୀ ଆଶଙ୍କା କରିଥିଲେ ସେ। ସେ କହିଥିଲେ ଯେ, ୨/ ୩ ଦିନ ମଧ୍ୟରେ ସିବିଆଇ ତାଙ୍କୁ ଗିରଫ କରିପାରେ । କିନ୍ତୁ ଏଥିରେ ସେ ଭୟଭୀତ ନାହାଁନ୍ତି । କେଜରିଓ୍ବାଲଙ୍କ ସରକାରରେ ମନ୍ତ୍ରୀ ଥିବାରୁ କେନ୍ଦ୍ର ସରକାର ଆକ୍ରୋଶମୂଳକ ଭାବେ ଏଭଳି କରୁଛନ୍ତି।

ସାମ୍ବାଦିକ ସମ୍ମିଳନୀର ୨୪ ଘଣ୍ଟା ନପୁରୁଣୁ ୧୪ ଜଣଙ୍କ ବିରୁଦ୍ଧରେ ଲୁକଆଉଟ ନୋଟିସ୍‌ ଜାରି କରାଯାଇଛି । ଏହି ଆଧାରରେ ବର୍ତ୍ତମାନ ସିବିଆଇ ସ୍କାନରେ ଥିବା ୧୪ ଜଣ ବ୍ୟକ୍ତି ଦେଶ ଛାଡି ଯାଇପାରିବେ ନାହିଁ । ଯଦି କେହି ବି ଏଭଳି କରନ୍ତି ତେବେ ତାଙ୍କୁ ଗିରଫ କରାଯିବ ।

ଲୁକଆଉଟ୍ ନୋନିସ ପରେ ସିସୋଦିଆଙ୍କ ଟ୍ୱିଟ୍

ଅନ୍ୟପଟେ ସିବିଆଇ ଦ୍ବାରା ଲୁକଆଉଟ୍‌ ନୋଟିସ ଜାରି କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓ ଟ୍ବିଟ୍‌ କରିଛନ୍ତି ମନୀଷ । ଏଥିରେ ସେ ଲେଖିଛନ୍ତି, ମୌସୁମୀ ବି ଧିରେଧିରେ ବଦଳେ । ହେଲେ ଆପଣଙ୍କ ଗତି ଦେଖି ତ ପବନ ବି ଚକିତ ହୋଇଯିବ ସାର୍ ।

   Related Posts