କୋର୍ଟରେ ହାଜର ହେବେ ସିସୋଦିଆ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଜେଲରୁ ଲେଖିଲେ ଚିଠି…
10/03/2023 at 10:43 AM

ନୂଆଦିଲ୍ଲୀ ୧୦।୦୩; ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ପ୍ରଥମେ ସିବିଆଇ , ତା ପରେ ମନି ଲଣ୍ଡ୍ରିଂ ଅଭିଯୋଗରେ ସିସୋଦିଆଙ୍କୁ ଗିରଫ କରିଛି ଇଡି । ଗିରଫ ହେବାର ଦୁଇ ସପ୍ତାହ ପରେ ସିବିଆଇ ମାମଲାରେ କୋର୍ଟରେ ହାଜର ହେବେ ମନୀଷ ସିସୋଦିଆ । ଏହାର ଗୋଟିଏ ଦିନ ପୂର୍ବରୁ ସିସୋଦିଆଙ୍କୁ ଗିରଫ କରିଛି ଇଡି । ଏବେ ସିସୋଦିଆଙ୍କର ଏକ ଚିଠି ଭାଇରାଲ ହେଉଛି । ସେ ଜେଲରେ ଏକ ଚିଠି ଲେଖିଥିଲେ ଏବଂ କେଜ୍ରିୱାଲ ଏହାକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।
କେଜ୍ରିୱାଲ ଟ୍ୱିଟରରେ ଲେଖିଛନ୍ତି, ମନୀଷ ସିସୋଦିଆ ଜେଲରୁ ଏକ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି ଯେ ଲୋକଙ୍କୁ ଜେଲରେ ରଖିବା ପାଇଁ ବିଜେପି ରାଜନୀତି କରୁଛି, ଆମେ ପିଲାମାନଙ୍କୁ ଶିକ୍ଷା ଦେବାକୁ ରାଜନୀତି କରୁଛୁ । ଜେଲକୁ ପଠାଇବା ସହଜ, ପିଲାମାନଙ୍କୁ ଶିକ୍ଷା ଦେବା ବହୁତ କଷ୍ଟକର ।
ଖବର ଅନୁଯାୟୀ, ସିସୋଦିଆ ଏବେ ତିହାର ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ୮ ଘଣ୍ଟା ଧରି ଜେରା ପରେ ସିସୋଦିଆଙ୍କୁ ଗତ ଫେବ୍ରୁଆରି ୨୬ ତାରିଖରେ ଗିରଫ କରିଥିଲା ସିବିଆଇ ।