ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କୁ ବେଲ୍ । ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀ ଅବକାରୀ ନୀତି ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା । ଦୀର୍ଷ ୧୭ ମାସ ଜେଲରେ ରହିବା ପରେ ତାଙ୍କୁ ବେଲ୍ ମିଳିଛି । ଏହାକୁ ନେଇ ଆମ୍ ଆଦମୀ ପାର୍ଟିରେ ଖୁସିର ମାହୋଲ ଖେଳିଯାଇଛି । ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି, ସତ୍ୟର ବିଜୟ ହୋଇଛି । ଜଷ୍ଟିଷ୍ଟ ବି.ଆର୍ ଗଓ୍ବାୟୀ ଏବଂ ଜଷ୍ଟିସ୍ କେ.ବି ବିଶ୍ବନାଥନଙ୍କ ୨ଜଣିଆ ଖଣ୍ଡପୀଠ ଏହି ଫଇସଲା ଶୁଣାଇଛନ୍ତି । କିଛି ସର୍ତ୍ତ ସହିତ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । 10 ଲକ୍ଷ ଟଙ୍କାର ଦୁଇଟି ମୁଚାଲିକା ସହିତ ସିସୋଦିଆଙ୍କ ପାସ୍ପୋର୍ଟ ଜମା ରଖିଛନ୍ତି କୋର୍ଟ । ଏହା ସହିତ ପ୍ରତି ସୋମବାର ଥାନାରେ ହାଜର ହେବାକୁ କୁହାଯାଇଛି ।
ସୁପ୍ରିମକୋର୍ଟ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଜାମିନ୍ ପ୍ରଦାନ କରିବା ସହିତ ଇଡି ଉପରେ ବର୍ଷିଛନ୍ତି । ସିସୋଦିଆଙ୍କୁ ଲମ୍ବା ସମୟ ଧରି ଜେଲରେ ରଖିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଖଣ୍ଡପୀଠ । ଅଦାଲତ କହିଛନ୍ତି, ଅଭିଯୁକ୍ତଙ୍କୁ ଲମ୍ବା ସମୟ ଧରି ଜେଲରେ ରଖିବା ଅର୍ଥାତ୍ ନ୍ୟାୟଳୟର ଜାମିନ୍ ସିଦ୍ଧାନ୍ତ ବିରୋଧରେ ଯିବା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କିମ୍ବା ଧାରା-45 ହେଉ, ଜାମିନ୍ ଆଇନର ମୁଖ୍ୟ ନିୟମ ଲାଗୁ ହୋଇଥାଏ । ଏହା ଧ୍ୟାନ ଦେବା ଜରୁରୀ ଅଛି କି ମନୀଷ ସିସୋଦିଆ ପୂର୍ବରୁ ୧୭ ମାସ ଜେଲରେ ରହି ସାରିଛନ୍ତି । ତେଣୁ ସୁପ୍ରିମକୋର୍ଟ ଇଡି ସମସ୍ତ ଆବେଦନକୁ ଖାରଜ୍ କରି ମନୀଷ ସିସୋଦିଆଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଏହି ସହିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶୀଘ୍ର ଟ୍ରାଏଲ୍ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ ।
ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୂର୍ବତନ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ୨୦୨୩ ଫେବ୍ରୁଆରୀ ୨୬ ତାରିଖରେ ଗିରଫ କରିଥିଲା । ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଅକ୍ଟୋବର ୯ ତାରିଖରେ ଗିରଫ କରିଥିଲା । ଦିଲ୍ଲାରେ ଅବକାରୀ ନୀତିରେ ସିସୋଦିଆ ଏକ ତରଫା ଭାବେ ନିଷ୍ପତ୍ତି ନେଇଥିବା କେନ୍ଦ୍ରୀୟ ଏଜେନ୍ସି ଅଭିଯୋଗ ଲଗାଇଥିଲା । ୨୦୨୧-୨୩ ଆର୍ଥିକ୍ ବର୍ଷରେ ଦିଲ୍ଲୀ ସରକାର ମନଇଚ୍ଛା ଅବକାରୀ ନୀତି ପରିବର୍ତ୍ତନ କରିଥିଲେ । ଏହା ଯୋଗୁ ସରକାରଙ୍କ ୨,୮୭୩ କୋଟି ଟଙ୍କା କ୍ଷତି ହୋଇଛି ଇଡି ଅଭିଯୋଗ କରିଛି ।