ନୂଆଦିଲ୍ଲୀ: ଆମ୍ ଆଦମୀ ଦଳର ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ବୁଧବାର(୨୯ ନଭେମ୍ବର) ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରିଛନ୍ତି। ମଦ ନୀତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ଠାରୁ ଜାମିନ ନ ମିଳିବା ପରେ ସେ ପୁଣିଥରେ ପିଟିସନ ଦାଖଲ କରିଛନ୍ତି।
ଅକ୍ଟୋବର ୩୦ ତାରିଖରେ ସୁପ୍ରିମକୋର୍ଟ ତାଙ୍କୁ ମଦ ନୀତି ମାମଲାରେ ଜାମିନ ଦେବାକୁ ମନା କରିଦେଇଥିଲେ। ସେତେବେଳେ ରାୟ ଶୁଣାଣ କୋର୍ଟ କହିଥିଲେ ଯେ ଯାଞ୍ଚ୍ ଏଜେନ୍ସି ୩୩୮ କୋଟି ଟଙ୍କାର କାରବାରକୁ ପ୍ରମାଣିତ କରିବାରେ ସକ୍ଷମ ହୋଇଛି। ଏଭଳି ପରିସ୍ଥିତିରେ ତାଙ୍କୁ ବର୍ତ୍ତମାନ ଜାମିନ ପ୍ରଦାନ କରାଯାଇପାରିବ ନାହିଁ।
କୋର୍ଟ ଏହା ମଧ୍ୟ କହିଥିଲେ ଯେ ଯଦି ନିମ୍ନ ଅଦାଲତରେ ମାମଲା ୬ ମାସ ମଧ୍ୟରେ ଶେଷ ନହୁଏ, ତେବେ ମନୀଷ ସିସୋଦିଆ ପୁଣିଥରେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିପାରିବେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମନୀଷ ପୁଣିଥରେ ପୁନର୍ବିଚାର ଆବେଦନ କରିଛନ୍ତି।
ପଢ଼ନ୍ତୁ-ଆଦିବାସୀଙ୍କ କଲ୍ୟାଣ ପାଇଁ ପିଏମ୍ ଜନମନ ଯୋଜନାକୁ ମଞ୍ଜୁରୀ, ୭୫ ଜନଜାତୀୟ ସମୁଦାୟକୁ ୨୪,୧୦୪ କୋଟି ଟଙ୍କା ଭେଟି
ଏହା ପୂର୍ବରୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟରୁ ମଧ୍ୟ ସିସୋଦିଆଙ୍କୁ ଆସ୍ୱସ୍ତି ମିଳି ନଥିଲା। ଡିସେମ୍ବର ୧୧ ପର୍ଯ୍ୟନ୍ତ କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଥିଲେ। ରାୟ ଶୁଣାଇ କୋର୍ଟ କହିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏପର୍ଯ୍ୟନ୍ତ ଅନେକ ଡକ୍ୟୁମେଣ୍ଟ ଦାଖଲ କରାଯାଇ ନାହିଁ। ଏହାପରେ ଓକିଲମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଶୀଘ୍ର୨୦୭ ସିଆର୍ପିସିର ପାଳନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।