କୋର୍ଟଙ୍କ ଠାରୁ ୭ ଘଣ୍ଟା ମହଲତ ନେଇ ଆସିଥିଲେ, ହେଲେ ରୋଗୀଣା ପତ୍ନୀଙ୍କୁ ଦେଖା କରିପାରିଲେନି ସିସୋଦିଆ

Published By : Prameya-News7 Bureau | June 03, 2023 IST

ନୂଆଦିଲ୍ଲୀ: ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପତ୍ନୀଙ୍କୁ ଦେଖିବାକୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅନୁମତି ଦେଇଥିଲେ ଦିଲ୍ଲୀ ହାଇକୋର୍ଟ। ମଦ ନୀତି ଦୁର୍ନୀତି ମାମଲାରେ ଜେଲ୍‌ରେ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୭ ଘଣ୍ଟା ପାଇଁ ଜାମିନ୍‌ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ। କୋର୍ଟ ଗତକାଲି ତାଙ୍କୁ ଜାମିନ ଦେଇଥିବା ବେଳେ ଆଜି ସକାଳୁ ୧୦ରୁ ୫ ଟା ପର୍ଯ୍ୟନ୍ତ ତାଙ୍କର ଜାମିନ ଅବଧି ରହିଥିଲା। ଯାହା ଏବେ ଶେଷ ହୋଇଯାଇଛି।

କୋର୍ଟଙ୍କ ଆଶ୍ୱସ୍ତି ପରେ ସିସୋଦିଆ ପତ୍ନୀଙ୍କୁ ଦେଖା କରିବାକୁ ସକାଳ. ୩୮ରେ ଦିଲ୍ଲୀ ମଥୁରା ରୋଡ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲେ। ହେଲେ ତାଙ୍କ ପତ୍ନୀ ସୀମାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିାରୁ ସିସୋଦିଆ ଆସିବ ପୂର୍ବରୁ ସୀମାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଫଳର ସିସୋଦିଆ ତାଙ୍କ ପତ୍ନୀଙ୍କୁ ଦେଖା କରିପାରି ନାହାନ୍ତି।

ମଦ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଙ୍କୁ ଫେବ୍ରୁଆରୀ ୨୬ ତାରିଖରେ ଗିରଫ କରିଥିଲା। ସେବେଠାରୁ ସେ ବିଚାରବିଭାଗୀୟ ହାଜତରେ ରହିଆସିଛନ୍ତି। ଏହି ମାମଲାରେ ସିସୋଦିଆ କୋର୍ଟରେ ଜାମିନ ଆବେଦନ କରିଥିଲେ ବି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରି ନଥିଲେ। ମାର୍ଚ୍ଚ ୯ ତାରିଖରେ ଆର୍ଥିକ ହେର୍‌ଫେର୍‌ ମାମଲାରେ ସିସୋଦିଆଙ୍କୁ ଇଡି ମଧ୍ୟ ଗିରଫ କରିଥିଲା।

wp:heading {"level":4}

ପଢ଼ନ୍ତୁୃ- ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପ୍ରମାଣ ନଷ୍ଟ କରିବାକୁ ଫୋନ୍ ଭାଙ୍ଗିଥିଲେ ବୋଲି ମାନିଲେ ସିସୋଦିଆ: ସିବିଆଇର ବଡ଼ ଖୁଲାସା

/wp:heading

ସିସୋଦିଆଙ୍କୁ ଜାମିନ ଦେବା ପୂର୍ବରୁ କୋର୍ଟ ସର୍ତ୍ତ ରଖିଥିଲେ। ସେ ପରିବାର ଲୋକଙ୍କ ବିନା ଅନ୍ୟ କୌଣସି ବାହାର ଲୋକଙ୍କ ସହ କଥା ହୋଇପାରିବେ ନାହିଁ। ଫୋନ୍ କିମ୍ବା ଇଣ୍ଟର୍‌ନେଟ୍‌ ୟୁଜ୍ କରିପାରିବେ ନାହିଁ ବୋଲି କୋର୍ଟ କହିଥିଲେ।  

ସୂଚନା ଥାଉକି ୨୦୨୧ ନଭେମ୍ବର ୧୭ ତାରିଖରେ ଦିଲ୍ଲୀ ସରକାର ମଦ ନୀତି ଲାଗୁ କରିଥିଲେ। ହେଲେ ଦୁର୍ନୀତି ଅଭିଯୋଗ ଉଠିବା ପରେ ସେପ୍ଟେମ୍ବର ୨୦୨୨ରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ଯାହାକୁ ନେଇ କୋର୍ଟ ମଧ୍ୟ ପ୍ରଶ୍ନ କରିଥିଲେ। ମଦ ପିଲିସ ଠିକ୍ ଥିଲେ ପ୍ରତ୍ୟାହାର କାହିଁକି କଲ ବୋଲି କୋର୍ଟ  ପ୍ରଶ୍ନ କରିଥିଲେ।  

ପଢ଼ନ୍ତୁ -କେଜ୍ରିୱାଲଙ୍କ ଘର ନିର୍ମାଣ ଖର୍ଚ୍ଚ ଉପରେ ରିପୋର୍ଟ ମାଗିଲେ ଉପ-ରାଜ୍ୟପାଳ, ମଦ ଦୁର୍ନୀତି ପରେ ଆଉ ଏକ ବିବାଦରେ ଆପ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.