ମାଡ ମାରିବାରୁ ହୋଇଛି ମନୀଷଙ୍କ ମୃତ୍ୟୁ, ପ୍ରମାଣ ନଷ୍ଟ ପାଇଁ ମୃତଦେହ ପୋଖରୀରେ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ

Published By : Prameya-News7 Bureau | October 16, 2021 IST

ଭୁବନେଶ୍ବର ୧୬।୧୦: ବହୁ ଚର୍ଚ୍ଚିତ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାର ଖୁଲାସା କରିଛନ୍ତି ଡିସିପି ଉମାଶଙ୍କର ଦାଶ । ମନୀଷଙ୍କୁ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଡିସିପି ସ୍ପଷ୍ଟ କରିଛନ୍ତି ।

ଡିସିପି କହିଛନ୍ତି, ଏହି ଚର୍ଚ୍ଚିତ ମୃତ୍ୟୁ ମାମଲାର ତଦନ୍ତ କରୁଛି ସ୍ବତନ୍ତ୍ର ଟିମ୍‌ । ୪ ସାଙ୍ଗ ସନ୍ଧ୍ୟା ୫ଟା ୩୦ରେ ପ୍ରଥମେ ଲକ୍ଷ୍ମୀସାଗର ଯାଇଥିଲେ । ଅମ୍ରିତ, ଦୀନେଶ ଓ ମୃତ୍ୟୁଞ୍ଜୟଙ୍କ ସହ ମନୀଷ ଯାଇଥିଲେ । ଭୋର ସମୟରେ ଲକ୍ଷ୍ମୀସାଗରରୁ ପାତ୍ରପଡ଼ା ହୋଟେଲ ଯାଇଥିଲେ । ହୋଟେଲରେ ବିଲ୍‌ ପେମେଣ୍ଟକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ମନୀଷଙ୍କୁ ହୋଟେଲ ଭିତରେ ଓ ବାହାରେ ଆକ୍ରମଣ କରାଯାଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

wp:html /wp:html

ପରେ ମନୀଷଙ୍କ ମୃତଦେହକୁ ଅଭିଯୁକ୍ତ ପୋଖରୀରେ ଫୋପାଡ଼ି ଦେଇଥିଲେ । ପ୍ରମାଣ ନଷ୍ଟ କରିବାକୁ ୩ ସାଙ୍ଗ ଏଭଳି କରିଥିଲେ । ହୋଟେଲ ପାଖରେ ପୋଖରୀ ଥିବା ନେଇ ୩ ସାଙ୍ଗ ଜାଣିଥିଲେ । ହୋଟେଲଠାରୁ ପୋଖରୀ ଦୂରତ୍ବ ପ୍ରାୟ ୫୦୦ ମିଟର । ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ ହସ୍ତଗତ ହୋଇନି ବୋଲି ଡିସିପି କହିଛନ୍ତି ।

ମନୀଷଙ୍କର ଭୁବନେଶ୍ବର ବନ୍ଧୁ ଥିଲେ ଅମ୍ରିତ । ଅମ୍ରିତଙ୍କ ଜରିଆରେ ଦୀନେଶ ଓ ମୃତ୍ୟୁଞ୍ଜୟଙ୍କୁ ଚିହ୍ନିଥିଲେ ମନୀଷ । ଦୀନେଶ ଓ ମୃତ୍ୟୁଞ୍ଜୟଙ୍କ ଘର କନ୍ଧମାଳ ଜିଲ୍ଲାରେ । ଡାକ୍ତରଙ୍କ ସୂଚନା ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ବ୍ୟବହାର କରିଥିବା କାର୍ ଜବତ ହୋଇଛି । ମାମଲାର ସମସ୍ତ ଦିଗ ପ୍ରତି ପୋଲିସ ନଜର ରଖିଛି । ସାଉଥ୍‌ ସିଟି ହୋଟେଲ୍ ସହ ପୋଲିସ ଅଧିକାରୀଙ୍କ ଲିଙ୍କ୍‌ର ତଦନ୍ତ ହେବ ବୋଲି ବୋଲି ଡିସିପି କହିଛନ୍ତି ।

ସେପଟେ ଶନିବାର ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ସବୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.