ମନୀଷ ଅନୁରାଗ ମୃତ୍ୟୁ ମାମଲା : ୪ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ

Published By : Prameya-News7 Bureau | October 17, 2021 IST

ଭୁବନେଶ୍ୱର, ୧୭|୧୦: ମନୀଷ ଅନୁରାଗ ମୃତ୍ୟୁ ମାମଲା। ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି  ହୋଇଛି। ୩ ଅଭିଯୁକ୍ତଙ୍କର ୪ ଦିନ ପାଇଁ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ମିଳିଛି ।

ଇନଫୋସିଟି ପୋଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା  । ତେବେ ଭୁବନେଶ୍ୱର ଜେଏମଏଫସି ୪ ଦିନ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ଏହାସହ ଆଜି ୧୬୪ ରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଛି।

ସୂଚନାଯୋଗ୍ୟ, ଶନିବାର ଜେ.ଏମ୍ .ଏଫ୍ .ସି କୋର୍ଟରେ ଏମାନଙ୍କୁ ହାଜର କରାଯାଇଥିଲା। ଦିନେଶ ମହାପାତ୍ର , ମୃତ୍ୟଞ୍ଜୟ ମିଶ୍ର ,ଅମ୍ରିତ ବିଶ୍ବାଳଙ୍କ ମଧ୍ୟରୁ କେବଳ ଅମ୍ରିତଙ୍କ ଜାମିନ ପାଇଁ ଆବେଦନ କରିଥିଲେ ଓକିଲ । ଅନ୍ୟ ୨ ଜଣଙ୍କ ଜାମିନ ପାଇଁ କେହି ଓକିଲ ଆବେଦନ କରିନଥିଲେ । ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଥିଲେ ଜେଏମଏଫସି । ଏମାନଙ୍କ ବିରୁଦ୍ଧରେ ଦଫା ୩୦୨, ୩୬୪-କ, ୨୦୧, ୩୪ ଲାଗିଛି। ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.