ମଣିପୁରରେ ଫେରୁଛି ଶାନ୍ତି; ଯବାନଙ୍କ ଦ୍ବାରା ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ
4/06/2023 at 8:46 AM

ଇମ୍ଫାଲ: ମଣିପୁର ହିଂସା ପରେ ସ୍ଥିତି ସୁଧାରିବାରେ ଲାଗିଛି ଭାରତୀୟ ସେନା । ରାଜ୍ୟରେ ଶାନ୍ତି ଫେରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି । ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସ୍ଥିର ରଖିବା ପାଇଁ ସେନା ପୁରା ଶକ୍ତି ଲଗାଇ ଦେଇଛି । ଏହାରି ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଣିପରୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନ୍ୟପଟେ ସୁରକ୍ଷାବଳ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି । ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରି ଯବାନମାନେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ।
ଭାରତୀୟ ସେନା ବହୁ ପରିମାଣରେ ମାରଣାସ୍ତ୍ର ସହିତ ଗୋଳାବରୁଦ ଜବତ କରିଛନ୍ତି । ଏଥିରେ ୪୦ଟି ସ୍ବୟଂ ଚାଳିତ ଓ୍ବେପନ ଏବଂ ମୋର୍ଟାର ଜବତ ହୋଇଛି । ଭାରତୀୟ ଯବାନମାନେ ଲଗାତାର ସମ୍ବେଦନଶୀଳ ଅଞ୍ଚଳ ଏବଂ ପାହାଡ଼ି ଇଲାକାରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ମଣିପୁର ହିଂସା ପରେ ଅଧିକାଂଶ ଅଞ୍ଚଳରେ ପୋଲିସ ଓ ଯବାନ ମୁୟତନ ହୋଇଛନ୍ତି । ହିଂସା ସମୟରେ ଲୁଟ୍ ହୋଇଥିବା ଅସ୍ତ୍ରଶସ୍ତ୍ରକୁ ସେନା ଜବତ କରିଛି । ଆସାମ ରାଇଫଲ ପୋଲିସ ଏବଂ ଅର୍ଦ୍ଧସାମରିକ ବଳ ମିଳିତ ଭାବେ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଏଥିରେ ୪୦ଟି ସ୍ବୟଂ ଚାଳିତ ଓ୍ବେପନ, ମୋର୍ଟାର, ଅଫୁଟା ଗୁଳି ଏବଂ ଅନ୍ୟ ଯୁଦ୍ଧ ସାମଗ୍ରୀ ଜବତ ହୋଇଛି ।
ସେପଟେ କେନ୍ଦ୍ର ସରକାରଙ୍କ ଦ୍ବାରା ମଣିପୁରରେ ଶାନ୍ତି ରକ୍ଷା କରିବା ପାଇଁ ବିଭିନ୍ନ ଯୋଜନା ଘୋଷଣା କରାଯାଇଛି । ମଣିପୁରରେ ପ୍ରାଭାବିତ ୫ଜିଲ୍ଲାରେ କର୍ଫ୍ୟୁ ହଟାଇ ଦିଆଯାଉଛି । କିଛି ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ କଟକଣା କୋହଳ କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ଲୁଟ୍ ହୋଇଥିବା ଅସ୍ତ୍ରଶସ୍ତ୍ରକୁ ସରେଣ୍ଡର କରିବା ପାଇଁ ହିଂସାକାରୀଙ୍କ ଚେତାବନୀ ଦେଇଥିଲେ । ଏହା ପରେ ଦଙ୍ଗାକାରୀମାନେ ୧୪୦ଟି ଅସ୍ତ୍ରଶସ୍ତ୍ର ସରେଣ୍ଡର କରିଛନ୍ତି ।