ମଣିପୁରରେ ସିଆରପିଏଫକୁ ଟାର୍ଗେଟ୍; ଉପଦ୍ରବୀଙ୍କ ଗୁଳିରେ ଜଣେ ଯବାନ ସହିଦ୍

Published By : Prameya-News7 Bureau | July 14, 2024 IST

ଇମ୍ଫାଲ: ମଣିପୁରରେ ସୁରକ୍ଷାବଳ ଉପରକୁ ଆକ୍ରମଣ । ଜିରିବାମ ଅଞ୍ଚଳରେ ଉପଦ୍ରବୀମାନେ ସିଆରପିଏଫ୍ ଏବଂ ରାଜ୍ୟ ପୋଲିସର ମିଳିତ ଟିମକୁ ଟାର୍ଗେଟ୍ କରିଛନ୍ତି । ଏହି ହମଲାରେ ଜଣେ ଯବାନ ସହିଦ୍ ହୋଇଥିବା ସୂଚନା ରହିଛି । ସେହିପରି ୩ଜଣ ପୋଲିସକର୍ମୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ...

ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୯ଟା ୪୦ ମିନିଟରେ ଉପଦ୍ରବୀମାନେ ସୁରକ୍ଷାବାହିନୀକୁ ଟାର୍ଗେଟ୍ କରିଥିଲେ । ଶନିବାର ଗୁଳିକାଣ୍ଡ ଘଟଣାରେ ପୋଲିସ ଓ ସିଆରପିଏଫର ୨୦ ବାଟାଲିୟନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ । ଏହି ଗୁଳିକାଣ୍ଡରେ ଜଣେ ଯବାନ ସହିଦ୍ ହୋଇଛନ୍ତି ଏବଂ ଅନ୍ୟ ୨ଜଣ ଆହତ ହୋଇଛନ୍ତି । 

ଏହି ଆକ୍ରମଣ ପରେ ୨୦ ସିଆରପିଏଫ ବାଟାଲିୟନ ଓ ଜିରିବାମ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିଛି । ସନ୍ଦିଗ୍ଧ ଉପଦ୍ରବୀଙ୍କୁ ଖୋଜିଛନ୍ତି ସୁରକ୍ଷା ବାହିନୀର ଯବାନମାନେ । ମଣିପରୁରେ କିଛି ଦିନ ହେଲା ହିଂସାର ମାହୋଲ ଜାରି ରହିଛି । ରାଜ୍ୟରେ ହିଂସା ଥମିବାର ନାଁ ଥରୁନାହିଁ । କୁକି ଏବଂ ମୈତେଇ ସମୁଦାୟ ମଧ୍ୟରେ ସଂର୍ଘଷ ଲଗାତାର ଭାବେ ଜାରି ରହିଛି । ସୂଚନା ଅନୁଯାୟୀ,  ଅପ୍ରେଲ୍ ମାସରେ ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.