ସର୍ଜିକାଲ ଷ୍ଟ୍ରାଇକ୍‌ରେ ହିଁ ଦୂର ହେବ ମଣିପୁର ସମସ୍ୟା: ବିଜେପି ସହଯୋଗୀ ଦଳର କେନ୍ଦ୍ରକୁ ଦାବି

Published By : Prameya-News7 Bureau | August 12, 2023 IST

ନୂଆଦିଲ୍ଲୀ, ୧୨/୦୮: କେନ୍ଦ୍ର ସରକାର ଦାବି କରୁଛନ୍ତି ମଣିପୁରରେ ଜାରି ହିଂସାର ଖୁବ୍‌ଶୀଘ୍ର ସାମାଧାନ ବାହାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଲୋକସଭାରେ ଅବିଶ୍ବାସ ପ୍ରସ୍ତାବ ବିରୋଧରେ କହିବା ସମୟରେ ଖୁବ୍‌ଶୀଘ୍ର ମଣିପୁରରେ ଶାନ୍ତି ଫେରିବା ନେଇ କହିଛନ୍ତି । ଏହାର ମଧ୍ୟରେ ବିଜେପିର ସହଯୋଗୀ ନାସନାଲ ପିପୁଲ୍ସ ପାର୍ଟୀ (ଏନସିପି) ନେତା ଏମ ରାମେଶ୍ବର ସିଂହ କହିଛନ୍ତି ଯେ, ମଣିପୁରରେ ବେଆଇନ୍‌ ଭାବରେ ପ୍ରବେଶ କରିଥିବା ଏବଂ ଉଗ୍ରବାଦୀଙ୍କ ସମସ୍ୟାକୁ ସବୁବେଳେ ସମାଧାନ କରିବା ପାଇଁ ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ପ୍ରଭାବୀ କାର୍ଯ୍ୟାନୁଷ୍ଠାନ କରାଯିବା ଦରକାର।

ଏନସିପି ନେତା କହିଛନ୍ତି ‘ଗୃହମନ୍ତ୍ରୀଙ୍କ ବୟାନରୁ ଏହା ସ୍ପଷ୍ଟ ଯେ କିଛି ଅବୈଧ କୁକି ଉଗ୍ରବାଦୀ, ସୀମା ପାରରୁ ଅନୁପ୍ରେବଶକାରି ଆସୁଛନ୍ତି। ମୁଁ ସବୁବେଳେ କହୁଛି ଯେ, ବାହ୍ୟ ଆକ୍ରମକତା ସାମିଲ୍ ରହିଛି। ରାଷ୍ଟ୍ରୀୟ ସୁରକ୍ଷା ସହ ମଧ୍ୟ ବୁଝାମଣା ହୋଇଛି। କେବଳ ମଣିପୁର ନୁହେଁ ବରଂ ସମଗ୍ର ଦେଶକୁ ବଞ୍ଚାଇବାକୁ ଆମପାଇଁ ମହତ୍ବପୂର୍ଣ୍ଣ। ସମସ୍ୟାକୁ ସବୁଦିନ ପାଇଁ ସମାଧାନ କରିବାକୁ ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି କୌଣସି ପ୍ରଭାବି କାର୍ଯ୍ୟାନୁଷ୍ଠାନ କରିବା ଦରକାର।’’

ଆହୁରି ପଢ଼ନ୍ତୁ: ‘ମଣିପୁର ଜଳୁଛି ଅଥଚ ପ୍ରଧାନମନ୍ତ୍ରୀ ପାର୍ଲାମେଣ୍ଟରେ ହସିଲେ ଏବଂ ପରିହାସ କଲେ, ଏହା ତାଙ୍କୁ ଶୋଭା ଦେଉ ନାହିଁ’, ସରକାରଙ୍କ ଉପରେ ବର୍ଷିଲେ ରାହୁଲ

ଗତ ମାସରେ ମଣିପୁର ସରକାର ରାଜ୍ୟରେ ରହୁଥିବା ମିଆଁମାର ଏବଂ ଅବୈଧ ପ୍ରବାସୀଙ୍କ ବୟୋମେଟ୍ରିକ୍‌ ଡାଟା ଏକତ୍ର କରିବା ଆରମ୍ଭ କରିଦେଇଥିଲେ। ମଣିପୁର ସରକାର ଜୁଲାଇରେ କିଛି ଦିନ ମଧ୍ୟରେ ୭୦୦ ଅବୈଧ ଭାବରେ ରାଜ୍ୟରେ ପ୍ରବେଶ କରିବା ଖବର ଉପରେ ଚିନ୍ତା ପ୍ରକାଶ କରିଥିଲେ। ଗୃହ ବିଭାଗର ବୟାନ ଅନୁଯାୟୀ, ୨୨ ଏବଂ ୨୩ ଜୁଲାଇରେ ୩୦୧ ଶିଶୁଙ୍କ ସହ ୭୧୮ ଅବୈଧ ପ୍ରବାସୀ ମଣିପୁରର ଚନ୍ଦେଲ ଜିଲ୍ଲା​‌ରେ ଅନୁପ୍ରବେଶ କରିଛନ୍ତି। ସେମାନେ ସେହି ସମୟରେ ଭାରତ​ରେ ଅନୁପ୍ରବେଶ କରିଥିଲେ ଯେତେବେଳେ ମଣିପୁରରେ ହିଂସା ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.