ମଣିପୁରର ରାଜଧାନୀ ଇମ୍ଫାଲରେ ଆଇଇଡି ବିସ୍ଫୋରଣ : ଘଟଣା ପଛରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ

Published By : Prameya-News7 Bureau | January 23, 2020 IST

ଇମ୍ଫାଲ ୨୩/୧: ମଣିପୁରର ରାଜଧାନୀ ଇମ୍ଫାଲରେ ଆଇଇଡି ବିସ୍ଫୋରଣ । ଆଜି ସକାଳେ ଇମ୍ଫାଲର ନାଗମପାଲ ରିମ୍ସ ରୋଡ୍ ମାର୍କେଟରେ ବିସ୍ଫୋରଣ ହୋଇଛି । ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ। ହେଲେ ମାର୍କେଟ ଉପରେ ବିସ୍ଫୋରଣ ହୋଇଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । କିଛି ଦୋକାନ ଭାଙ୍ଗି ଯାଇଛି ।

ଘଟଣା ପଛରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସୁରକ୍ଷା କର୍ମୀମାନେ ପଇଁତରା ମାରିବା ସହ ଏହାର ତଦନ୍ତ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.