ଆସନ୍ତାକାଲି ରିଲିଜ୍ ହେବ ମଣିକର୍ଣ୍ଣିକା, କରନୀସେନାକୁ କଣ କହିଲେ କଙ୍ଗନା ଜାଣନ୍ତୁ

Published By : Prameya-News7 Bureau | January 24, 2019 IST

ମୁମ୍ବାଇ୨୪|୧: ଆସନ୍ତାକାଲି ରିଲିଜ୍ ହେବ କଙ୍ଗନା ରାଣାଓତ ଷ୍ଟାରର ମୁଭି ମଣ୍ଣିକର୍ଣ୍ଣିକା । ୧୨୫ କେ।ଟି ବ୍ୟୟରେ ତିଆରି ଏହି ଫିଲ୍ମ ୫୦ଟି ଦେଶରେ ରିଲିଜ୍ ହେବ । ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍ ହେବ ମଣିକର୍ଣ୍ଣିକା ।

{"id":77697}

କମଲ ଜୈନ୍ ଓ ଜୀ ଷ୍ଟୁଡିଓ ପ୍ରଯେ।ଜିତ ଏହି ଫିଲ୍ମର ନିର୍ଦେଶନା ଭାର ସମ୍ଭାଳିଛନ୍ତି ନିଜେ କଙ୍ଗନା । ଝାନସୀ ରାଣୀ ଲକ୍ଷ୍ମୀବାଇଙ୍କ ଉପରେ ଆଧାରିତ ହେ।ଇଛି ଫିଲ୍ମ । ୧୮୫୭ରେ ଇଂରେଜ ମାନଙ୍କ ବିରେ।ଧରେ ଲଢି ଦେଶ ପାଇଁ ଲଢି ପ୍ରାଣ ଦେଇଥିଲେ ଲକ୍ଷ୍ମୀବାଇ ।

{"id":77698}

ଲିଡ ରେ।ଲରେ କଙ୍ଗନାଙ୍କ ସହ ତାନ୍ତ୍ୟା ଟେ।ପେ ରେ।ଲରେ ନଜର ଆସିବେ ଅତୁଲ କୁଲକର୍ଣ୍ଣି । ଅନ୍ୟମାନଙ୍କ ଭିତରେ ସୁରେଶ ଓବରାଏ, ଡ୍ୟାନି, ରିଚାର୍ଡ କିପ୍, ୟଶ୍ ଟେ।ଙ୍କ ଏବଂ ଅଙ୍କିତା ଲେ।ଖଣ୍ଡେଙ୍କୁ ଦେଖିବାକୁ ମିଳିବ । ମଣିକର୍ଣ୍ଣିକାର ପ୍ରଡକ୍ସନ ଦାୟିତ୍ବ  ତୁଲାଇଛନ୍ତି ସୁକାନ୍ତ ପାଣିଗ୍ରାହୀ, ଶ୍ରୀରାମ ଲେୟଙ୍ଗର ଏବଂ ସୁଜିତ୍ ସାୱନ୍ତ ।

{"id":77699}

ଡିସେମ୍ବର ୧୮ ତାରିଖରେ ମମିକର୍ଣ୍ଣିକାର ଟ୍ରେଲର ରିଲିଜ ହୋଇଥିଲା । ୟୁଟ୍ୟୁବରେ ବର୍ତ୍ତମାନ ସୁଦ୍ଧା ୨୫ ମିଲିୟନ ଦର୍ଶକ ଏହାକୁ ଦେଖି ସାରିଲେଣି । 

{"id":77700}

କରନୀ ସେନା ଏହି ଫିଲ୍ମକୁ ବିରୋଧ କରିଆସୁଥିବାବେଳେ କଂଗନା କହିଥିଲେ ଯେ, ୪ଜଣ ବିଶିଷ୍ଠ ଐତିହାସିକଙ୍କ ମତକୁ ନେଇ ଫିଲ୍ମ ନିର୍ମାଣ ହୋଇଛି । ଏହାକୁ ସେନ୍ସର ସାର୍ଟିଫିକେଟ ମଧ୍ୟ ମିଳିସାରିଛି ।

{"id":77701}

ଏହା ସତ୍ତ୍‌ବେ ଜଦି କରନୀ ସେନା କିଛି ଅଘଟଣ ଘଟାନ୍ତି ତାହେଲେ ସେମାନେ ଜାଣିରଖିବା ଉଚିତ ଯେ, ‘ ମୁଁ ବି  ରାଜପୁତ ଘରାନାର, ଆଉ ମୁଁ ସେମାନଙ୍କୁ କାହାକୁ ଛାଡିବିନି’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.