ଆଜି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିବ କଙ୍ଗନା ରାଣାୱତ ଷ୍ଟାରର ମୁଭି ମଣ୍ଣିକର୍ଣ୍ଣିକା ଏବଂ ଶିବସେନା ପ୍ରତିଷ୍ଠାତା ବାଲ୍ ଠାକରେଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଠାକରେ’

Published By : Prameya-News7 Bureau | January 25, 2019 IST

ମୁମ୍ବାଇ ୨୫/୧: ଆଜି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିବ କଙ୍ଗନା ରାଣାୱତ ଷ୍ଟାରର ମୁଭି ମଣ୍ଣିକର୍ଣ୍ଣିକା ଏବଂ ଶିବସେନା ପ୍ରତିଷ୍ଠାତା ବାଲ୍ ଠାକରେଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଠାକରେ’  । ୧୨୫ କେ।ଟି ବ୍ୟୟରେ ତିଆରି ଏହି ଫିଲ୍ମ ୫୦ଟି ଦେଶରେ ରିଲିଜ୍ ହେବ । ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍ ହେବ ମଣିକର୍ଣ୍ଣିକା । କମଲ ଜେନ୍ ପ୍ରଯେ।ଜିତ ଏହି ଫିଲ୍ମର ନିର୍ଦେଶନା ଭାର ସମ୍ଭାଳିଛନ୍ତି ନିଜେ କଙ୍ଗନା । ତେବେ ଝାନସୀ ରାଣୀ ଲକ୍ଷ୍ମୀବାଇଙ୍କ ଉପରେ ପର୍ଯ୍ୟବଶିତ ହେ।ଇଛି ଫିଲ୍ମ । ୧୮୫୭ରେ ଇଂରେଜ୍ ମାନଙ୍କ ବିରେ।ଧରେ ଲଢି ଦେଶ ପାଇଁ ପ୍ରାଣ ଦେଇଥିଲେ ଲକ୍ଷ୍ମୀବାଇ । ତେବେ ଲିଡ୍ ରେ।ଲରେ କଙ୍ଗନାଙ୍କ ସହ ତାନ୍ତ୍ୟା ଟେ।ପି ରେ।ଲରେ ନଜର ଆସିବେ ଅତୁଲ କୁଲକର୍ଣ୍ଣି । ଅନ୍ୟମାନଙ୍କ ଭିତରେ ସୁରେଶ ଓବରାଏ, ଡ୍ୟାନି, ରିଚାର୍ଡ କିପ୍, ୟଶ ଟୋଙ୍କ ଏବଂ ଅଙ୍କିତା ଲେ।ଖଣ୍ଡେଙ୍କୁ ଦେଖିବାକୁ ମିଳିବ । ମଣି କର୍ଣ୍ଣିକାର ପ୍ରଡକ୍ସନ ଦାୟିତ୍ବ ତୁଲାଇଛନ୍ତି ସୁକାନ୍ତ ପାଣିଗ୍ରାହୀ, ଶ୍ରୀରାମ ଲେୟଙ୍ଗର ଏବଂ ସୁଜିତ୍ ସାଓନ୍ତ ।

{"id":77747}

ସେହିପରି ଆଜି ଆଉ ଗୋଟିଏ ଫିଲ୍ମ ମଧ୍ୟ ପରଦାକୁ ଆସିବାକୁ ଯାଉଛି ଶିବସେନା ପ୍ରତିଷ୍ଠାତା ବାଲ୍ ଠାକରେଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଠାକରେ’ । ଏଥିରେ ବାଲ୍ ଠାକରେଙ୍କ ଭୂମିକାରେ ନଜର ଆସିବେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀ  ।..ନୱାଜ୍ ଙ୍କ ବ୍ୟତୀତ ଏହି ଫିଲ୍ମରେ ବାଲଠାକ୍ରେଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିଛନ୍ତି ଅମୃତା ରାଓ । ଫିଲ୍ମର ନିର୍ଦ୍ଦେଶନା ଅଭିଜିତ୍ ପାନ୍ ସେ ଦେଇଥିବା ବେଳେ ଫିଲ୍ମ୍ର ପ୍ରଯୋଜକ ଭାର ସମ୍ବାଳିଛନ୍ତି ସଞ୍ଜୟ ରାଉତ୍ ।

{"id":77749}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.