ଏପ୍ରିଲ୍ରେ ରିଲିଜ୍ ହେବ ମଣି ରତ୍ନମଙ୍କ ମେଗା ବଜେଟ୍ ଫିଲ୍ମ ‘PS-2’ କାହାଣୀରେ ଆସିବ ଟ୍ଵଷ୍ଟ
1/02/2023 at 8:49 AM

ମୁମ୍ଵାଇ ୦୧।୦୨: ପ୍ରସିଦ୍ଧ ନିର୍ଦ୍ଦେଶକ ମଣି ରତ୍ନମଙ୍କ ମେଗା ବଜେଟ୍ ଚଳଚ୍ଚିତ୍ର ‘ପୋନିୟିନ୍ ସେଲଭାନ୍ -୧’ । ଯାହା ସମସ୍ତଙ୍କ ହୃଦୟ ଜିତିଥିଲା । ଭେଟେରାନ୍ ଷ୍ଟାରମାନଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ର ଦେଖିବା ପରେ ଦର୍ଶକ ଏହାର ଦ୍ୱିତୀୟ ଭାଗ ପାଇଁ ଖୁବ୍ ଆଗ୍ରହୀ। ସମସ୍ତ ଦର୍ଶକ ଉତ୍ସାହର ସହିତ ‘ପୋନିୟିନ୍ ସେଲଭାନ୍ ୨’ କୁ ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶଂସକଙ୍କ ପାଇଁ ନିର୍ମାତା ଫିଲ୍ମର ରିଲିଜ୍ ତାରିଖ ପ୍ରକାଶ କରିଛନ୍ତି।
୨୦୨୨ ମସିହାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ‘PS 1’ ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିଛି । ତାମିଲ ସିନେମାର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ରରେ ପରିଣତ ହୋଇଥିବା ଏହି ମେଗା ବଜେଟ୍ ଚଳଚ୍ଚିତ୍ର ପାଇଁ ଲୋକଙ୍କ ମଧ୍ୟରେ ବହୁତ କ୍ରେଜ୍ ହୋଇଥିଲା । ଚଳଚ୍ଚିତ୍ର ରିଲିଜ୍ ହେବା ଦିନଠାରୁ ଏହାର ସିକ୍ୱେଲ୍ ରିଲିଜ୍ ତାରିଖ ଅର୍ଥାତ୍ ‘PS 2’ କୁ ନେଇ ଚର୍ଚ୍ଚା ଜୋର ଧରିଛି। ଶେଷରେ ‘ପୋନିୟିନ୍ ସେଲଭାନ୍ ୨’ର ରିଲିଜ୍ ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ନିର୍ମାତାମାନେ ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ ‘ପଏସ୍-୨’ ର ୱାର୍ଲ୍ଡ ୱାଇଡ୍ ୨୮ ଏପ୍ରିଲ୍ରେ ରିଲିଜ୍ ହେବ ବୋଲି କୁହାଯାଇଛି।
ଏହି ଫିଲ୍ମ ଚୋଳ ସମ୍ରାଟ କାହାଣୀକୁ ଆଗକୁ ବଢାଇବ। ଲାଇକା ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ମଣି ରତ୍ନମଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ପୋନିୟିନ୍ ସେଲଭାନ୍: ୨’ ।ଲାଇକା ପ୍ରଡକ୍ସନ୍ସ ହେଉଛି ସବୁଠାରୁ ଲୋକପ୍ରିୟ ତଥା ସଫଳ ଭାରତୀୟ ଚଳଚ୍ଚିତ୍ର ଷ୍ଟୁଡିଓ । ଚୋଳ ରାଜବଂଶର ଶାସନର ରହସ୍ୟମୟ କାହାଣୀର ପରବର୍ତ୍ତୀ ଅଂଶ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଆକର୍ଷଣୀୟ ହେବାକୁ ଯାଉଛି ।