ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ଲେଟ୍‌ରେ ଭାରତୀୟ ଆମ୍ବ; ହ୍ୱାଇଟ୍ ହାଉସ୍‌କୁ ଉପହାର ଦେଲା ଭାରତ

Published By : Prameya-News7 Bureau | May 22, 2022 IST

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ଲେଟ୍‌ରେ ଭାରତୀୟ ଆମ୍ବ। ଦୁଇ ବର୍ଷ ପରେ ଭାରତୀୟ ଆମ୍ବ ଚାଖିବାକୁ ସୁଯୋଗ ପାଇବେ ଆମେରିକା ରାଷ୍ଟ୍ରପତି। ରପ୍ତାନୀ ଉପରେ କୋଭିଡ୍ କଟକଣା ହଟିବା ପରେ ଆମେରିକା ରାଷ୍ଟ୍ରପତିଙ୍କୁ ଆମ୍ବ ଉପହାର ଦେଇଛି ଭାରତ।

ଗୁରୁବାର ୱାଶିଂଟନରେ ଭାରତୀୟ ଆମ୍ବ ପ୍ରମୋସନ କାର୍ଯ୍ୟକ୍ରମରେ ହ୍ୱାଇଟ୍‌ ହାଉସ୍‌କୁ ଏକ ଆମ୍ବ ବକ୍ସ ଉପହାରରେ ଦିଆଯାଇଛି। ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ଆମ୍ବ ପୁଣେର ରେନ୍‌ବୋ ଇଣ୍ଟରନ୍ୟାସ୍‌ନାଲରେ ଉତ୍ପାଦନ କରାଯାଇଛି। ଏହା ବାରାମତି ଅଗ୍ରିକଲଚରାଲ ପ୍ରଡ୍ୟୁସ ମାର୍କେଟ କମିଟିର ଅଧୀନରେ ଆସୁଛି।
କିଛିଦିନ ତଳେ ମହାରାଷ୍ଟ୍ର ସାଂସଦ ସୁପ୍ରିୟା ସୁଲେ ଏହି ସୂଚନା ଦେଇଥିଲେ। ଆମେରିକା ରାଷ୍ଟ୍ରପତିଙ୍କୁ ବିଭିନ୍ନ ପ୍ରକାରର ଆମ୍ବ ଯଥା ମହାରାଷ୍ଟ୍ରର କେଶର, ହପୁସ, ମଙ୍କୁର ଓ ଆନ୍ଧ୍ରପ୍ରଦେଶର ହିମାୟତ ଓ ବେଗମପଲ୍ଲୀ ଆମ୍ବ ଉପହାର ଦିଆଯାଇଛି। ବାରାମତି ଅଗ୍ରିକଲଚରାଲ ପ୍ରଡ୍ୟୁସ ମାର୍କେଟ କମିଟି ୩୧ଟି ଦେଶକୁ ଆମ୍ବ ରପ୍ତାନୀ କରୁଛି।

ଏଥିରେ ଆମେରିକା, ଅଷ୍ଟ୍ରେଲିଆ, କାନାଡ଼ା ଏବଂ ଇସ୍ରାଏଲ୍ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪୦୦ ଟନ୍ ଆମ୍ବ ରପ୍ତାନୀ କରାଯାଇଛି। ସେଥିମଧ୍ୟରୁ ୨୦୦ ଟନ୍ କେବଳ ଅଷ୍ଟ୍ରେଲିଆକୁ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.