ମହିଳା ମାଗଣାରେ ଆମ୍ବ ଦେବାକୁ ମନା କରିବାରୁ ପିଟି ପିଟି ହତ୍ୟା କଲା ହୋମଗାର୍ଡ଼ : ଅଭିଯୁକ୍ତ ଫେରାର

Published By : Prameya-News7 Bureau | June 18, 2019 IST

ଛତରପୁର ୧୮/୬:  ମଧ୍ୟପ୍ରଦେଶର ଜଣେ ହୋମଗାର୍ଡ଼ ଜବାନ ଆମ୍ବ ବିକୁଥିବା ମହିଳାଙ୍କୁ ଆଜି ବାଡ଼ିରେ ପିଟି ପିଟି ମାରି ଦେଇଛି। ତାଙ୍କୁ ବଞ୍ଚାଇବାକୁ ଆସିଥିବା ତାଙ୍କ ବଡ଼ଯାଆଙ୍କୁ ମଧ୍ୟ ସେ ଯବାନ ପିଟିଛି। ବଡ଼ଯାଆଙ୍କ କହିବାନୁସାରେ ହୋମଗାର୍ଡ଼ ମାଗଣାରେ ତାଙ୍କୁ ମାଗଣାରେ ଆମ୍ବ ମାଗୁଥିଲେ। ମନା କରିବାରୁ ମହିଳାଙ୍କୁ ନୃଶଂସଭାବେ ପିଟିଥିଲା। ଘଟଣା ପରେ ହୋମଗାର୍ଡ଼ ଘଟଣାସ୍ଥଳରୁ ଫେରାର ଅଛି।

ପନାଗର ଗାଁରେ ଝଡ଼ ଯୋଗୁଁ ଆମ୍ବଗଛରୁ ପ୍ରଚୁର ମାତ୍ରାରେ ଆମ୍ଭ ଝଡ଼ି ଯାଇଥିଲା। ଗାଁରେ ରହୁଥିବା ବିମଳା ନିଜର ବଡ଼ଯାଆ  ମୋହିନୀ ସହ ଆମ୍ବ ଗୋଟାଇ ବଜାରକୁ ବିକିବାକୁ ଆସିଥିଲା। ମହିଳାଙ୍କ ଦୋକାନକୁ ହୋମଗାର୍ଡ଼ ଜବାନ ମହେଶ ପହଞ୍ଚିଥିଲା ଏବଂ ବିମଳାଙ୍କୁ ମାଗଣାରେ ଆମ୍ବ ଦେବାକୁ କହିଥିଲା। କିନ୍ତୁ ବିମଳା ମାଗଣାରେ ଆମ୍ବ ଦେବାକୁ ମନା କରିବାରୁ ସେ ମହିଳାଙ୍କ ମୁଣ୍ଡକୁ ବାଡିରେ ମାରିବା ଆରମ୍ଭ କରିଥିଲା। ମହିଳାଙ୍କ ଚିତ୍କାର ଶୁଣି ତାଙ୍କୁ ବଡ଼ଯାଆ ମୋହିନୀ ବଞ୍ଚାଇବାକୁ ଆସିବାରୁ ହୋମଗାର୍ଡ଼ ତାଙ୍କୁ ମଧ୍ୟ ମାରିଥିଲା।

ଗୁରୁତର ଅବସ୍ଥାରେ ବିମଳାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ଏଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ। ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ଖୁବ୍ ଶୀଘ୍ର ହୋମଗାର୍ଡ଼କୁ ଗିରଫ କରି ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.