କଟକ: ମଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ଅସୁସ୍ଥ ଘଟଣା। ଏସସିବିରେ ଚିକିତ୍ସିତ ହେଉଥିବା ଟୁନି ମାଝୀଙ୍କୁ ବୁଧବାର ଡିସଚାର୍ଜ କରାଯାଇଛି।୨୪ ଦିନ ଧରି ଏସିସିବି ମେଡିକାଲର ମେଡିସିନ ଆଇସିୟୁରେ ରହି ଚିକିତ୍ସା ହେବା ପରେ ସୁସ୍ଥ ହୋଇ ନିଜ ଗାଁ କୁ ଫେରିଛନ୍ତି। ସୁସ୍ଥ ହେବା ପରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜିତା ଓ ତାଙ୍କ ପରିବାର ଧନ୍ୟବାଦ୍ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ଭ ଟାକୁଆ ଜାଉ ଖାଇ ୨ ଜଣକ ମୃତ୍ୟୁ ହୋଇଥିବାବେଳେ ୬ ଗୁରୁତର ହୋଇପଡ଼ିଥିଲେ। ଗୁରୁତରଙ୍କ ମଧ୍ୟରୁ ୨ ଜଣ ଟୁନି ମାଝୀ ଏବଂ ଜିତା ମାଝୀଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜିତା ମାଝୀଙ୍କର ମୃତ୍ୟୁ ହୋଇଥିଲା। ଆଉ ତାଙ୍କ ମୃତ୍ୟୁ ସହ ଆମ୍ବ ଟାକୁଆ ଖାଇ ମୃତ୍ୟ ଘଟଣାରେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଥିଲା। ବର୍ତ୍ତମାନ ଅନ୍ୟ ଗୁରୁତର ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।