ଆମ୍ୱରେ ଲାଗିବ QR ସ୍କାନ; ଜାଣିହେବ କେଉଁ ପ୍ରଜାତିର ଆମ୍ବ,ଆଉ କିଏ ଏହାର ମାଲିକ ?
11/05/2023 at 3:26 PM

ନୂଆଦିଲ୍ଲୀ ୧୧।୦୫: ଚାଲିଛି ଆମ୍ଭ ଋତୁ । ଏହାରି ମଧ୍ୟରେ ଆମ୍ବ ପ୍ରେମୀଙ୍କ ପାଇଁ ଏକ ବିଶେଷ ଖବର । ଏଥର ଯେତେବେଳେ ଆପଣ ଆମ୍ବ କିଣିବାକୁ ଯିବେ, ସେତେବେଳେ ଆପଣଙ୍କୁ କେହି ଠକି ପାରିବେନି । ଆମ୍ବ କିଣିଲା ବେଳେ କଞ୍ଚା କି ପାଚିଲା ନୁହେଁ ବରଂ ଆମ୍ବ କେଉଁ ପ୍ରଜାତିର, କେଉଁ ବଗିଚାର ଏବଂ ତାର ମାଲିକ କିଏ ତାହା ଆପଣ ମଧ୍ୟ ଜାଣିପାରିବେ । ସେଥିପାଇଁ କେବଳ ଛୋଟିଆ କାମଟି କରିବାକୁ ପଡିବ । ଆମ୍ବରେ ଥିବା ଏକ କ୍ୟୁଆର କୋଡକୁ ସ୍କାନ କରିବାକୁ ପଡିବ । କଥାଟି ଆଶ୍ଚର୍ଯ୍ୟ ଲାଗୁଛି ନା । ବାସ୍ତବରେ ଏହା ସତ । ଏଣିକି ଆମ୍ବରେ ରହିବ ଏକ QR କୋଡ । ଏହି କ୍ୟୁଆର କୋଡ ଦେବ ସମସ୍ତ ତଥ୍ୟ ।

ଏହି ଟ୍ରିକ ମଲିହାବାଦି ଆମ୍ବ ଉପରେ ଲାଗୁ ହେବାକୁ ଯାଉଛି। କୁହାଯାଏ ମାଲିହାବାଦି ଆମ୍ବ ଦେଶରେ ରହିଛି ସର୍ବାଧିକ ଚାହିଦା । କିନ୍ତୁ ଅନେକ ଥର ଲୋକମାନେ ମଲିହାବାଦି ଆମ୍ବ ନାମ ଦେଇ ଅନ୍ୟ ପ୍ରଜାତିର ନାମ ମଧ୍ୟ ବିକ୍ରି କରନ୍ତି। ଏହି ଠକେଇକୁ ଏଡାଇବା ପାଇଁ, QR କୋଡ୍(QR cod) ବ୍ୟବହାର କରାଯିବ। QR କୋଡ୍ ବ୍ୟବହାର କରିବା ମାତ୍ରେ ଏହି ମାଲିହାବାଦି କି ନୁହେଁ, ସମ୍ପୂର୍ଣ୍ଣ ବିବରଣୀ ତୁମ ସାମ୍ନାକୁ ଆସିବ।

କିନ୍ତୁ ଏବେ ପ୍ରଶ୍ନ ଆସୁଛି ଯେ ଏହା କିପରି ସମ୍ଭବ । ଏହାକୁ ସମ୍ଭବ କରିଛନ୍ତି ମାଲିହାବାଡିର ଏକ କମ୍ପାନୀ । ଆମ୍ବ ଗଛର ଜିଓ ଟ୍ୟାଗିଂ ମାଧ୍ୟମରେ ଏହା ସମ୍ଭବ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଏକ ଘରୋଇ କମ୍ପାନୀ ଆମ୍ବ ପ୍ୟାକ୍ ହାଉସକୁ ଏହି ଦାୟିତ୍ୱ ଦେଇଛି । ଏହି କମ୍ପାନୀକୁ ରହମାନକେଡାରେ ଅବସ୍ଥିତ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସବଟ୍ରୋପିକାଲ୍ ହର୍ଟିକଲଚର (ସିଏସ୍ଏଚ୍) ଦ୍ୱାରା ରପ୍ତାନୀକାରୀଙ୍କୁ ପ୍ରଯୁକ୍ତିବିଦ୍ୟା ଦିଆଯାଇଛି ।

ତେବେ ଆମ୍ବ ଉପରେ କଭର ଲଗାଯାଉଛି ଯାହା ଦ୍ୱାରା ସେଗୁଡ଼ିକ ଦାଗ ନହେବ। କମ୍ପାନୀ ପ୍ରତିଷ୍ଠାତା ଅକ୍ରମ ବୈଗଙ୍କ ଅନୁଯାୟୀ ପ୍ରାୟ ୨୦୦ ବଗିଚାର ମାଲିକଙ୍କ ସହ ଆଲୋଚନା ହୋଇଛି । ମେ ୧୦ ରେ CISH ରେ କୃଷକଙ୍କ ସହ ଏକ ବୈଠକ ହେବ ଏବଂ ଜିଓ ଟ୍ୟାଗିଂ ଉପରେ ଆଲୋଚନା ହେବ। ଆମ୍ବ ବାକ୍ସରେ QR କୋଡ୍ ରହିବ। ଏହି QR କୋଡ୍ ମୋବାଇଲରୁ ସ୍କାନ୍ ହେବା ମାତ୍ରେ ସୂଚନା ମିଳିଯିବ । ଜିଓ ଟ୍ୟାଗିଂ ପାଇଁ କୃଷକମାନଙ୍କୁ ପ୍ରତି ବାକ୍ସ ପିଛା ୬୦ ପଇସା ଦେବାକୁ ପଡିବ । ଅର୍ଥାତ୍ ପ୍ରତି ଆମ୍ବ ପିଛା ଖର୍ଚ୍ଚ ହେବ ମାତ୍ର ପଇସା । ବର୍ତ୍ତମାନ କମ୍ପାନୀ ମାଲିହାବାଦ ବଗିଚାରେ ବୁଲିବୁଲି କରି ଜିଓ ଟ୍ୟାଗିଂ କରୁଛି।