ମାର୍ଚ୍ଚ ୨୪ରେ ଅମାବାସ୍ୟା ଯୋଗ : ପ୍ରଭୁ ହନୁମାନଙ୍କ ସମ୍ମୁଖରେ ଦୀପ ଜଳାଇ ମନ୍ତ୍ର ଜପ କଲେ ମିଳିବ ମହାମାରୀରୁ ମୁକ୍ତି

Published By : Prameya-News7 Bureau | March 22, 2020 IST

ନୂଆଦିଲ୍ଲୀ ୨୨/୩: ମାର୍ଚ୍ଚ ୨୪,ମଙ୍ଗଳବାର ଚୈତ୍ର ମାସର ମଙ୍ଗଳବାର। ଏହା ପରେ ମାର୍ଚ୍ଚ ୨୫ତାରିଖରୁ ହିନ୍ଦୁ ନବବର୍ଷ ୨୦୭୭ ଆରମ୍ଭ ହେବ। ଏହା ସହିତ ଚୈତ୍ର ମାସର ନବରାତ୍ରି ମଧ୍ୟ ଆରମ୍ଭ ହେବ। ମଙ୍ଗଳବାର ଏବଂ ଅମାବାସ୍ୟା ଯୋଗରେ ପ୍ରଭୁ ହନୁମାନଙ୍କ ବିଶେ​‌ଷ ପୂଜା କରିବା ଉଚିତ୍। ଏହି ଦିନ କରୋନା ଭାଇରସର ପ୍ରକୋପରୁ ବର୍ତ୍ତିବା ପାଇଁ ବାହାରକୁ ବାହାରନ୍ତୁ ନାହିଁ ଏବଂ ଘରେ ରହି ପୂଜା ପାଠ କରନ୍ତୁ। ତେବେ ଆସନ୍ତୁ ଜାଣିବା ଅମାବାସ୍ୟାରେ କେଉଁ କେଉଁ ଶୁଭ କାମ ଘରେ କରିବା ଉଚିତ୍।

୧.ପିତୃପୁରୁଷଙ୍କୁ ଧୂପ-ଧ୍ୟାନ ଦିଅନ୍ତୁ : ଅମାବାସ୍ୟା ତିଥିରେ ପିତୃ ପୁରୁଷଙ୍କ ପାଇଁ ବିଶେ​‌ଷ ଧୂପ-ଧ୍ୟାନ କରିବାର ପରମ୍ପରା ରହିଛି। ଏହି ଦିନ ଗୋବରର କଣ୍ଡା ଜଳାନ୍ତୁ। ଏହି ସମୟରେ ଓଁ ପିତୃ ଦେବାୟ ନମଃ ମନ୍ତ୍ର ଜପ କରିବା ଉଚିତ୍। କୌଣସି ଅଭାବୀ ବ୍ୟକ୍ତିଙ୍କୁ ଧନ ଏବଂ ପରିବା ଦାନ କରିବା ଉଚିତ୍।

୨.ନଦୀରେ ସ୍ନାନ କରନ୍ତୁ : ଅମାବାସ୍ୟା ତିଥିରେ ପବିତ୍ର ନଦୀରେ ସ୍ନାନ କରିବାର ପରମ୍ପରା ରହିଛି। ସ୍ନାନ ପରେ ଯେକୌଣସି ମନ୍ଦିରରେ ଦାନ କରିବା ଉଚିତ୍। ଏବେ କରୋନା ଭାଇରସ୍ ଯୋଗୁଁ ବାହାରେ ନଦୀରେ ସ୍ନାନ ନକରି ଘରେ ସମସ୍ତ ତୀର୍ଥ ଏବଂ ନଦୀ ନାମରେ ଜପ କରି ସ୍ନାନ କରି ପାରିବେ। ଏପରି କରିବା ଦ୍ବାରା ଘରେ ତୀର୍ଥ ସ୍ନାନର ପୁଣ୍ୟ ମିଳିବ।

୩.ହନୁମାନଙ୍କ ସମ୍ମୁଖରେ ଦୀପ ଜଳାନ୍ତୁ : ମଙ୍ଗଳବାର ଏବଂ ଅମାବାସ୍ୟା ଯୋଗରେ ହନୁମାନଙ୍କ ବିଶେ​‌ଷ ପୂଜା କରନ୍ତୁ। ହନୁମାନଙ୍କ ମୂର୍ତ୍ତି କିମ୍ବା ଫଟୋ ସମ୍ମୁଖରେ ବସି ହନୁମାନ ଚାଳିଶା ପାଠ କରନ୍ତୁ। ଆପଣ ଚାହିଁଲେ ଶ୍ରୀରାମ ଦୂତାୟ ନମଃ ମନ୍ତ୍ର ଜପ କରି ପାରିବେ।

୪.ଲକ୍ଷ୍ମୀ-ବିଷ୍ଣୁଙ୍କ ଅଭିଷେକ କରନ୍ତୁ : ଅମାବାସ୍ୟାରେ ମହାଲକ୍ଷ୍ମୀଙ୍କ ପୂଜା କରିବାର ବିଶେଷ ମହତ୍ତ୍ବ ରହିଛି। ଏହି ଦିନ ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଅଭିଷେକ କରନ୍ତୁ। ଏଥିପାଇଁ କେଶର ମିଶ୍ରିତ କ୍ଷୀର ଉପଯୋଗ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.