ମଙ୍ଗଳାକୋଠୀରେ ନାବାଳକକୁ ହତ୍ୟା ଘଟଣା : ମନ୍ଦିରକୁ ସିଲ୍‌ କଲା ପ୍ରଶାସନ, ୩ ପ୍ଲାଟୁନ ଫୋର୍ସ ମୁତୟନ

Published By : Prameya-News7 Bureau | July 31, 2023 IST

ଆଠମଲ୍ଲିକ/ବୌଦ୍ଧ ୩୧।୦୭ : ଆଠମଲ୍ଲିକ ମଙ୍ଗଳାକୋଠୀରେ ନାବାଳକକୁ ହତ୍ୟା ଘଟଣା । ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ନାବାଳକ ନିଖୋଜ ହୋଇଥିବା ମଙ୍ଗଳାକୋଠୀକ ସାଧିକା ରୀତାଞ୍ଜଳି ବାଘଙ୍କ ସହ ତାଙ୍କ ତିନି ପୁଅଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

{"id":824278,"sizeSlug":"large","linkDestination":"none"}

ତେବେ ନାବାଳକ ସଂଜୀବର ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନି । ୨ ଜଣ ଅତିରିକ୍ତ ଏସପି ଘଟଣାର ତଦନ୍ତ କରୁଛନ୍ତି । ସେପଟେ ମଙ୍ଗଳାକୋଠିରେ ବୁଲିଛି ପ୍ରଶାସନର ଖଣ୍ଡା । କୋଠିରେ ନାଲିବତୀ ଲଗାଇବା ସହ କଳସ ଭାଙ୍ଗି ଦେଇଛି ସ୍ଥାନୀୟ ପ୍ରଶାସନ । ମଙ୍ଗଳା ମନ୍ଦିରକୁ ସିଲ କରାଯାଇ ସେଠାରେ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।

{"id":824279,"sizeSlug":"large","linkDestination":"none"}

ରବିବାର ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ମଙ୍ଗଳାକୋଠିରେ ଛାନଭିନ୍ କରିଥିଲେ। ମଙ୍ଗଳକୋଠିକୁ ଭାଙ୍ଗିବାକୁ ଦାବି ଜୋର ଧରିଥିବା ବେଳେ ଏନେଇ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସ୍ଥାନୀୟ ପ୍ରଶାସନ କହିଛି। ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ମୃତ ସଞ୍ଜୀବର ଦୁଇଟି ଆଖି ଏବଂ କିଡନୀ ଗାଏବ ହୋଇଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଏଣେ ଏହା ନରବଳି ନା ଆଉ କିଛି ସେନେଇ ଏବେ ପୁଣି ସନ୍ଦେହ ଘନେଇଛି ।

{"id":824280,"sizeSlug":"large","linkDestination":"none"}

ସେପଟେ ଅନୁଗୋଳ ଏସପି ମଧ୍ୟ କହିଛନ୍ତି ମୃତ ବାଳକ ଶରୀରର ଅନେକ ଅଂଶ ନଥିଲା । ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ। ତେବେ ସଞ୍ଜୀବକୁ ହତ୍ୟା କରିବା ପଛରେ କ’ଣ ଥାଇପାରେ କାରଣ ? ନରବଳି ନା ଅଙ୍ଗତସ୍କରୀ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

wp:embed {"url":"https://www.prameyanews7.com/yuvraj-strengthened-me-by-hitting-6-sixes-after-announcing-his-retirement-broad-spoke/","type":"wp-embed","providerNameSlug":"prameya-news-7"}
https://www.prameyanews7.com/yuvraj-strengthened-me-by-hitting-6-sixes-after-announcing-his-retirement-broad-spoke/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.