ଧନୁ ରାଶିରେ ମଙ୍ଗଳଙ୍କର ରାଶି ପରିବର୍ତ୍ତନ, ବଦଳିବ ଏହି ୪ରାଶି ବ୍ୟକ୍ତିଙ୍କ ଭାଗ୍ୟ...

Published By : Prameya-News7 Bureau | January 20, 2022 IST

ନୂଆଦିଲ୍ଲୀ ୨୦।୦୧ :  ଜ୍ୟୋତିଷ ଶାସ୍ତ୍ରର ଅନୁଯାୟି ମଙ୍ଗଳଙ୍କର ଏକ ବିଶେଷ ସ୍ଥାନ ରହିଛି । ଯେଉଁଥି ପାଇଁ ମଙ୍ଗଳଙ୍କର ରାଶି ପରିବର୍ତ୍ତନ ଯୋଗୁଁ ଗୁଡିକର ଭାଗ୍ୟ ମଧ୍ୟ ବଦଳିଥାଏ । ସେଥି ମଧ୍ୟରୁ ଜାନୁଆରୀ ୧୬ରେ, ମଙ୍ଗଳ ଗ୍ରହ ଧନୁ ରାଶିରେ ପ୍ରବେଶ କରିଛନ୍ତି । ମଙ୍ଗଳ ଦେବଙ୍କୁ ସମସ୍ତ ଗ୍ରହର ସେନା ବୋଲି କୁହାଯାଏ । ମଙ୍ଗଳ ଶକ୍ତି, ସାହସ, ବୀରତାର କରାକ ଗ୍ରହ ବୋଲି କୁହନ୍ତି । ଯେତେବେଳେ ମଙ୍ଗଳ ଗ୍ରହ ଶୁଭ ହୁଏ, ବ୍ୟକ୍ତି ଭାଗ୍ୟବାନ ବଦଳିଥାଏ । ମଙ୍ଗଳ ଗ୍ରହର ରାଶିର ପରିବର୍ତ୍ତନ ହେତୁ କିଛି ରାଶିଫଳର ଭାଗ୍ୟ ବୃଦ୍ଧି ପାଇଥାଏ । ଧନୁ ରାଶିରେ ମଙ୍ଗଳ ଗ୍ରହର ପ୍ରବେଶ ହେତୁ କେଉଁ ରାଶିର ଉପରେ ଶୁଭ ହେବ ଭାଗ୍ୟଶାଳୀ ହୋଇଛି ଚାଲନ୍ତୁ ଜାଣିବା …

ମେଷ ରାଶି- ମଙ୍ଗଳ ଧନୁ ରାଶିରେ ପ୍ରବେଶ କରିବା ଦ୍ବାରା ମେଷ ରାଶିର ଲୋକମାନେ ଶୁଭ ଫଳାଫଳ ପାଇବେ । ଆତ୍ମବିଶ୍ୱାସରେ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା କରାଯିବ । ଧନ-ଲାଭ ହେବାର ସମ୍ଭାବନା ରହିଛି । ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।  ଯେକୌଣସି କାର୍ଯ୍ୟରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ ରାଶି- ମିଥୁନ ରାଶିର ଲୋକମାନେ ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ହେତୁ ତାଙ୍କ ଦିନ ଗୁଡିକ ଭଲ ହେବା ସହ ଶୁଭ ଫଳାଫଳ ପାଇବେ। ଆର୍ଥିକ ସ୍ଥିତି ଦିଗ ଦୃଢ ହେବ । କାର୍ଯ୍ୟରେ ସଫଳତା ପାଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ନାହିଁ । କାରବାର ପାଇଁ ଏହା ଏକ ଭଲ ସମୟ ଅଟେ । ବିନିଯୋଗରୁ ଲାଭ ମିଳିବ। ଚାକିରି ଏବଂ ବ୍ୟବସାୟରେ ଅଗ୍ରଗତିର ସମ୍ଭାବନା ରହିଛି । ମାନ ସମ୍ମାନର ବୃଦ୍ଧି ହେବ ।

କନ୍ୟା ରାଶି- କନ୍ୟା ରାଶିର ଲୋକଙ୍କ ପାଇଁ ମଙ୍ଗଳର ରାଶି ପରିବର୍ତ୍ତନ ଯୋଗୁଁ ଦିନଟି ବହୁତ ଖାସ୍ ଅଟେ ।  ଏହି  ରାଶିର ଲୋକମାନେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ । ଚାକିରି ଏବଂ ବ୍ୟବସାୟ ପାଇଁ ସମୟ ଶୁଭ ଅଟେ ।ବିବାହିତ ଜୀବନ ସୁଖମୟ ହେବ । ସାଙ୍ଗମାନଙ୍କ ସହଯୋଗ ମିଳିବ ।

ମୀନ ରାଶି- ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ  ଦିନ ଗୁଡିକ ଶୁଭ ବୋଲି କୁହାଯିବ । ମଙ୍ଗଳର ରାଶି ପରିବର୍ତ୍ତନ ଯୋଗୁଁ ଭାଗ୍ୟ ବଦଳିବ । ଧନ-ଲାଭ ହେବ। ପାରିବାରିକ ହସଖୁସିରେ କଟିବ। ଯେକୌଣସି ପଦ-ପଦବୀରେ ମାନ- ସମ୍ମାନ ପାଇବେ। ଜୀବନସାଥୀଙ୍କ ସହଯୋଗ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.