ଗୋଟିଏ ରାଶିରେ ପ୍ରବେଶ କରିବେ ଦୁଇ ଶତ୍ରୁ ଗ୍ରହ: ପ୍ରଭାବିତ ହେବେ ଏହି ରାଶିର ବ୍ୟକ୍ତି, ରୁହନ୍ତୁ ସତର୍କ

Published By : Prameya-News7 Bureau | August 08, 2021 IST

ଭୁବନେଶ୍ୱର ୦୮/୦୮ : ବର୍ତ୍ତମାନ ମଙ୍ଗଳ ଗ୍ରହ କୁମ୍ଭ ରାଶିରେ ବିରାଜମାନ। ଅଗଷ୍ଟ ୯ ତାରିଖରୁ ବୁଧ ମଧ୍ୟ କୁମ୍ଭ ରାଶିରେ ପ୍ରବେଶ କରିବେ। ବୁଧ ଓ ମଙ୍ଗଳ ଗୋଟିଏ ରାଶିରେ ରହିବା ହେତୁ କିଛି ରାଶି ଉପରେ ଏହାର ପ୍ରଭାବ ପଡିବ। ସେଥିପାଇଁ ଏହି ରାଶିର ବ୍ୟକ୍ତିମାନଙ୍କୁ ସତର୍କ ହେବା ଆବଶ୍ୟକ। ଜ୍ୟୋତିଷଶାସ୍ତ୍ରରେ ମଙ୍ଗଳ ଓ ବୁଧକୁ ଶତ୍ରୁ ଗ୍ରହ କୁହାଯାଏ। ବୁଧ ଗ୍ରହକୁ ବୁଦ୍ଧି, ତର୍କ, ସମ୍ବାଦ, ଗଣିତ, ଚତୁରତା ଓ ମିତ୍ରର କାରକ ବୋଲି କୁହାଯାଏ। ସୂର୍ଯ୍ୟ ଓ ଶୁକ୍ର ବୁଧ ଗ୍ରହର ମିତ୍ର ଗ୍ରହ ହୋଇଥିବାବେଳେ ଚନ୍ଦ୍ରମା ଓ ମଙ୍ଗଳ ଶତ୍ରୁ ଗ୍ରହ। ବୁଧଙ୍କ ଉଚ୍ଚ ରାଶି କନ୍ୟା ଏବଂ ମୀନ ନୀଚ ରାଶି। ମଙ୍ଗଳ ଗ୍ରହ ଶକ୍ତି, ଭାଇ, ଭୂମି, ଶକ୍ତି, ସାହସ, ପରାକ୍ରମ, ସୌର୍ଯ୍ୟର କାରକ ବୋଲି କୁହାଯାଏ। ମଙ୍ଗଳ ଗ୍ରହ ମେଷ ଓ ବିଛା ରାଶିର ଗୁରୁ। ମକର ରାଶିରେ ମଙ୍ଗଳ ଉଚ୍ଚରେ ଥିବାବେଳେ କର୍କଟ ରାଶିରେ ନୀଚରେ ରୁହନ୍ତି। ବୁଧ ଓ ମଙ୍ଗଳ ଗୋଟିଏ ରାଶିରେ ରହିବା ଫଳରେ କେଉଁ କେଉଁ ରାଶି ସତର୍କ ରହିବା ଆବଶ୍ୟକ ଜାଣନ୍ତୁ :

ମେଷ - ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ଏହି ସମୟରେ ବାହନ ଚଲାନ୍ତୁ ନାହିଁ। ବୈବାହିକ ଜୀବନରେ ସମସ୍ୟା ହୋଇପାରେ। ଏହି ସମୟରେ ଲେଣଦେନ କରନ୍ତୁନି। ନିବେଶ ଦ୍ୱାରା କ୍ଷତି ହୋଇପାରେ। ଜୀବନସାଥୀ ସହ ସମୟ ବିତାନ୍ତୁ। ବୁଝି ବିଚାରି ଧନ ଖର୍ଚ୍ଚ କରନ୍ତୁ।

କର୍କଟ - ବାଦବିବାଦରୁ ଦୁରେଇ ରୁହନ୍ତୁ। ଧୈର୍ଯ୍ୟର ସହ କାମ କରନ୍ତୁ। କ୍ରୋଧ କରନ୍ତୁନି। କ୍ରୋଧ କରିବା ଦ୍ୱାରା ନିଜର କ୍ଷତି ହେବା। କାର୍ଯ୍ୟରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଧନ ଲାଭ ଯୋଗ ରହିଛି କିନ୍ତୁ ବୁଝି ବିଚାରି ଖର୍ଚ୍ଚ କରନ୍ତୁ। ଲେଣଦେନ କରନ୍ତୁନି। ନିବେଶ ପାଇଁ ଏହା ଭଲ ସମୟ ନୁହେଁ।

ମୀନ - କାର୍ଯ୍ୟରେ ସଫଳତା ପାଇବାକୁ ଅଧିକ ପରିଶ୍ରମ କରିବାକୁ ପଡିବ। ଧୈର୍ଯ୍ୟର ସହ କାମ କରନ୍ତୁ। ଆର୍ଥିକ ପକ୍ଷ ସାମାନ୍ୟ ରହିବ କିନ୍ତୁ ବୁଝି ବିଚାରି ଖର୍ଚ୍ଚ କରନ୍ତୁ। ପାରିବାରିକ ଜୀବନରେ ସମସ୍ୟା ସମ୍ମୁଖୀନ ହେବାକୁ ପଡିପାରେ। ଜୀବନସାଥୀ ସହ ସମୟ ବିତାନ୍ତୁ।

(ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ଉପରେ, ଆମେ ଏହା ସମ୍ପୂର୍ଣ୍ଣ ସତ୍ୟ ଏବଂ ସଠିକ୍ ବୋଲି ଦାବି କରୁନାହୁଁ। ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ କ୍ଷେତ୍ରର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.