ଚେନ୍ନାଇ/ ହାଇଦ୍ରାବାଦ ୧୧।୧୨: ସାମୁଦ୍ରିକ ବାତ୍ୟା ‘ମାଣ୍ଡୋସ୍’ ତାମିଲନାଡୁ ଉପକୂଳରେ ଭୂ-ଭାଗକୁ ପ୍ରବେଶ କରିବା ପରେ ପ୍ରକୋପ କରିଥିଲା। ବାତ୍ୟା ମାଣ୍ଡୋସ ପ୍ରଭାବରେ ଉଭୟ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଭୀଷଣ ବର୍ଷା ସାଙ୍ଗକୁ ତୋଫାନ ବହିଥିଲା। ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ତୋଫାନ ଯୋଗୁ ଅନୁନ୍ୟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡିବା ସହ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି।
{"id":719875,"width":838,"height":629,"sizeSlug":"full","linkDestination":"none"}କ୍ରମଶଃ ସାମୁଦ୍ରିକ ବାତ୍ୟା ମାଣ୍ଡୋସ୍ ଦୁର୍ବଳ ହେବା ସହ ଲଗୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆଇଏମଡିଙ୍କ ଅନୁସାରେ ଗତ ୬ ଘଣ୍ଟାରେ ମାଣ୍ଡୋସ୍ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରି ଦୁର୍ବଳହେବାରେ ଲାଗିଛି। ଘୂର୍ଣ୍ଣିବାତ୍ୟା ପ୍ରଭାବରେ ଶନିବାର ଆନ୍ଧ୍ରପ୍ରଦେଶ ତିରୁପତି ଜିଲ୍ଲାରେ ସ୍ରାବଧିକ ୨୫୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଇଏମଡିଙ୍କ ଅନୁସାରେ ମାଣ୍ଡୋସ୍ ପ୍ରଭାବରେ ଆନ୍ଧ୍ରପ୍ରଦେଶ ସହିତ ତାମିଲନାଡୁର ଅନେକ ଅଞ୍ଚଳରେ ଭୀଷଣ ବର୍ଷା ସାଙ୍ଗକୁ ତୋଫାନ ବହିଥିଲା। ପାଗ ଖରାପ ଯୋଗୁ ଚେନ୍ନାଇ ବିମାନ ବନ୍ଦରରେ ୧୦ରୁ ଅଧିକ ଉଡାଣ ବାତିଲ କରାଯାଇଥିଲା।
{"id":719876,"width":840,"height":480,"sizeSlug":"full","linkDestination":"none"}ଘୂର୍ଣ୍ଣିବାତ୍ୟା ମାଣ୍ଡୋସ ଆନ୍ଧ୍ରପ୍ରଦେଶରେ ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି। ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪,୬୪୭.୪ ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ୫୩୨.୬୮ ହେକ୍ଟର ଜମିରେ ପନିପରିବା ଚାଷ ଉଜୁଡି ଯାଇଛି। ଏହା ଛଡା ୧୭୦ ଘର କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟରେ କୌଣସି ପ୍ରକାର ଅପ୍ରିୟ ଘଟଣାର ମୁକାବିଲା ଲାଗି ଏସଡିଆରଏଫର ୧୪୦ ଓ ଏନଡିଆରଏଫଙ୍କ ୯୫ ଜବାନଙ୍କୁ ମୁତୟନ କରାଯାଇଛି।