ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି

Published By : Prameya-News7 Bureau | September 26, 2022 IST

ସାଲେପୁର ୨୬/୦୯: ଗତକାଲି ବିଳମ୍ବିତ ରାତ୍ରରେ ବହୁ ମୂଲ୍ୟବାନ ଅଷ୍ଟଧାତୁର କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଓଜନର ମୂର୍ତ୍ତି ମନ୍ଦିରରୁ ଚୋରୀ । ଯାହାର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହା ଏକ ମନ୍ଦିରରୁ ମୂର୍ତ୍ତି ଚୋରଙ୍କ ରାକେଟ ବୋଲି ଜଣାପଡୁଛି । ଏଭଳି ବିରଳମୂର୍ତ୍ତି କେଉଁଠାରେ ଦେଖିବାକୁ ମିଳେନାହିଁ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ବଟେଶ୍ୱର ମା ଭଗବତୀଙ୍କ ମନ୍ଦିରରେ ।

ବହୁ ପୁରାତନ ଭାଗବତୀଙ୍କ ମନ୍ଦିରରେ ପୂଜାପାଆନ୍ତି ମା ଭଗବତୀ । ଏହି ମନ୍ଦିରରେ ବହୁ ପୁରାତନ ଓ ମୂଲ୍ୟବାନର ଦେବୀ ଓ ପାର୍ଶ୍ଵ ଦେବାଦେବୀ ପୂଜା ପାଆନ୍ତି। ଏବେ ଏହି ପୀଠରେ ମାଙ୍କ ନବରାତ୍ର ପୂଜା ବେଶ ଆଡ଼ମ୍ବରରେ ଚାଲିଛି । ଗତକାଲି ବିଳମ୍ବିତ ରାତ୍ରରେ ମାଙ୍କ ନବରାତ୍ର ପୂଜା ସାରି ପୂଜକ ମାନେ ମନ୍ଦିର ପହଡ଼ପକାଇ ଯିବାପରେ କେହି ଦୁର୍ବତ୍ତ ମନ୍ଦିରର ତାଲାକାଟି ୩ ଗୋଟି ବହୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଚୋରୀ କରି ନେଇଛନ୍ତି ।

ଆଜି ଭୋର ସମୟରେ ମନ୍ଦିରକୁ ମାଙ୍କ ନବରାତ୍ର ପୂଜା କରିବାକୁ ଯିବା ବେଳେ କବାଟ ଭାଙ୍ଗି ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ମନ୍ଦିର ଭିତରୁ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଓଜନର ଅଷ୍ଟଧାତୁର ପଞ୍ଚମୁଖୀ କାଳୀମୂର୍ତ୍ତି, ଲଷ୍ମୀମୂର୍ତ୍ତି ଓ ଚନ୍ଦ୍ରଶେଖର ମୂର୍ତ୍ତି ଚୋରୀ ହୋଇଯାଇଛି । ଏହି ତିନିଗୋଟି ମୂର୍ତ୍ତିର ଆନୁମାନିକ ମୂଲ୍ୟ ୩କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଯାହା ଜଣାପଡୁଛି । ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ଏ ପର୍ଯ୍ୟନ୍ତ ପୋଲିସ କାହାରିକୁ ଧରିବାପରେ ସକ୍ଷମ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.