Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଜଗନ୍ନାଥ ମନ୍ଦିର ପାଇଁ ୧କୋଟିର ଦାନ,ଭୂମିପୂଜା କଲେ ଆମେରିକୀୟ ଡାକ୍ତର

3/06/2022 at 11:15 AM

ଯାଜପୁର ୦୩/୦୬: ଯାଜପୁର ବ୍ଳକ ବେରୁଦା ପଂଚାୟତ ଜଗତପୁର ଠାରେ ନୂତନ ଜଗନ୍ନାଥ ମନ୍ଦିରର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁଦୂର ଆମେରିକା ରେ ରହୁଥିବା ଭାସ୍କର ନାୟକ ଏହି ମନ୍ଦିର ନିର୍ମାଣ ପାଇଁ ଏକ କୋଟି ଟଙ୍କା ଦାନ କରିଛନ୍ତି ।

ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ଆଖ ପାଖ ଅଂଚଳର ବହୁ ଗ୍ରାମବାସୀ ସାମିଲ ହୋଇଥିଲେ। ଯାଜପୁର ବିଧାୟକ ଙ୍କ ପ୍ରତିନିଧି ଭଵ ପ୍ରସାଦ ଦାସ ଯୋଗ ଦେଇ ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସୂଚନା ଥାଉକି, ଯାଜପୁର ବ୍ଲକ ବେରୁଦା ପଂଚାୟତ ଜଗତପୁର ଠାରେ ଏକ ଜଗନ୍ନାଥ ମନ୍ଦିର ମନ୍ଦିର ପ୍ରତିଷ୍ଠା ପାଇଁ ବେରୁଦା ମାଟିର ପୁଅ ତଥା ଆମେରିକାର ପ୍ରତିଷ୍ଠିତ ଡାକ୍ତର ଭାସ୍କର ଚନ୍ଦ୍ର ନାୟକ ଓ ପତ୍ନୀ ଇନ୍ଦ୍ରଜିତା ନାୟକ ଏହି ଭୂମିପୂଜା କରିଛନ୍ତି ।

ଭାସ୍କରଙ୍କ ମତରେ ଜଗନ୍ନାଥ ହେଉଛନ୍ତି ହିନ୍ଧୁ ମାନଙ୍କର ପ୍ରଥମ ଦେବତା । ତାଙ୍କ ବାପା ଜଗନ୍ନାଥଙ୍କ ଭକ୍ତ ଥିବା ବେଳେ ସେ ମଧ୍ୟ ଜଗନ୍ନାଥଙ୍କ କୃପାରେ ଆଜି ପ୍ରତିଷ୍ଠିତ ହୋଇ ପାରିଛନ୍ତି । ତାଙ୍କ ମା ଭାସ୍କରଙ୍କୁ ବାନ୍ଧରେ ବସାଇ ପୁରୀକୁ ଯାଇଥିବା କଥା ଭାବ ବିହ୍ୱଳ ହୋଇ କହିଛନ୍ତି । ଜଗନ୍ନାଥ ପ୍ରେମ ହିଁ ତାଙ୍କୁ ୧୭ ବର୍ଷ ତଳେ ଆମେରିକାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇଥିଲେ ।

ମନ୍ଦିର ପାଇଁ ଗ୍ରାମର କିଛି ବ୍ୟକ୍ତି ଜମି ଦାନ କରିଥିବା ବେଳେ ଭାସ୍କର ଏକ ଆକର୍ଷଣୀୟ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କାର ଅର୍ଥ ଦାନ କରିଛନ୍ତି । ତେବେ ଏହି ମନ୍ଦିର ହେଲେ ସ୍ଥାନୀୟ ଅଂଚଳରେ ଧାର୍ମିକ ମନୋଭାବ ବଢ଼ିବା ସହ ଅଂଚଳର ମଧ୍ୟ ପରିଚୟ ବୃଦ୍ଧି ହେବ ।

   Related Posts