ମନ୍ଦିର ହୁଣ୍ଡି ଚୋରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | June 19, 2018 IST

ପୁରୀ କୃଷ୍ଣପ୍ରସାଦ ବାବା କମଳେଶ୍ଵର ମନ୍ଦିର ଓ ମାଆ ବୁଢି ଠାକୁରାଣୀ ମନ୍ଦିର ହୁଣ୍ଡି ଚୋରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଶିବ ଜେନାକୁ ଗିରଫ କରିବା ସହ ଚୋରି ଟଙ୍କାକୁ ଜବତ କରିଛି ପୋଲିସ । ଗତ ୧୨ ତାରିଖ ବିଳମ୍ବିତ ରାତିରେ ୨ଟି ମନ୍ଦିରରୁ ଦୁର୍ବୃତ୍ତମାନେ ହୁଣ୍ଡି ଭାଙ୍ଗି ଲୁଟ୍ କରିଥିଲେ । ମନ୍ଦିର ପକ୍ଷରୁ ଅଭିଯୋଗ ପରେ ପୋଲିସ ଚୋରଙ୍କୁ ଧରିବାକୁ ଛାନଭିନ ଆରମ୍ଭ କରିଥିଲା । ଚୋରି ଘଟଣାରେ ଆହୁରି ୩ ଜଣ ସଂପୃକ୍ତ ଥିବା ଜଣାପଡିଛି । ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କୃଷ୍ଣପ୍ରସାଦ ଆଇଆଇସି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.