ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଆଇସିସି ମହିଳା ଟି-ଟ୍ୱେଣ୍ଟି ମାନ୍ୟତା, ସ୍ମୃତି ମନ୍ଧନା ଓ ଅଲରାଉଣ୍ଡର ଦୀପ୍ତି ଶର୍ମା କ୍ୟାରିୟର ଶ୍ରେଷ୍ଠ ସ୍ଥାନକୁ ଉନ୍ନୀତ

19/10/2022 at 8:19 AM

ଦୁବାଇ, ୧୮।୧୦ : ସଦ୍ୟ ଘୋଷିତ ଆଇସିସି ମହିଳା ଟି-ଟ୍ୱେଣ୍ଟି ମାନ୍ୟତା ତାଲିକାରେ ଭାରତୀୟ ଓପନର ସ୍ମୃତି ମନ୍ଧନା ଓ ଅଲରାଉଣ୍ଡର ଦୀପ୍ତି ଶର୍ମା କ୍ୟାରିୟର ଶ୍ରେଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ମନ୍ଧନା ଓ ଦୀପ୍ତି ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଶେଫାଳି ବର୍ମା, ହର୍ମନପ୍ରୀତ କୌର, ରେଣୁକା ସିଂହ, ସ୍ନେହ ରାଣା ଓ ରାଜେଶ୍ୱରୀ ଗାଏକୱାଡ୍‌ଙ୍କ ସ୍ଥାନରେ ଉନ୍ନତି ଘଟିଛି ।

ଗତ ସପ୍ତାହ ଭାରତୀୟ ମହିଳା ଦଳ ସପ୍ତମ ଥର ଏସିଆ କପ୍‌ ଚାମ୍ପିଅନ୍‌ ହୋଇଥିଲା । ଫାଇନାଲ୍‌ରେ ଦଳ ଶ୍ରୀଲଙ୍କାକୁ ୮ ୱିକେଟ୍‌ରେ ହରାଇଥିଲା । ଏହି ମ୍ୟାଚ୍‌ରେ ମନ୍ଧନା ୨୫ବଲ୍‌ରୁ ଅପରାଜିତ ୫୧ରନ୍‌ କରିଥିଲେ । ଫଳରେ ତାଙ୍କ ମାନ୍ୟତାରେ ଗୋଟିଏ ସ୍ଥାନ ଉନ୍ନତି ଘଟିଥିଲା । ମନ୍ଧନା (୭୩୦ ପଏଣ୍ଟ) ଶୀର୍ଷ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ବେଥ ମୁନୀଙ୍କଠୁ ୧୩ପଏଣ୍ଟ ପଛୁଆ ରହିଛନ୍ତି । ଓପନର ଶେଫାଳି ଗୋଟିଏ ସ୍ଥାନ ଉଠି ସପ୍ତମ ଏବଂ ହର୍ମନପ୍ରୀତ ୩ଟି ସ୍ଥାନ ଉନ୍ନତି ଘଟାଇ ୧୪ତମ ସ୍ଥାନରେ ରହିଛନ୍ତି । ବୋଲିଂ ମାନ୍ୟତା ତାଲିକାରେ ଦୀପ୍ତି ଗୋଟିଏ ସ୍ଥାନ ଉଠି ଦ୍ୱିତୀୟରେ ରହିଛନ୍ତି । ସେ ଏସିଆ କପ୍‌ ଫାଇନାଲ୍‌ରେ ୭ରନ୍‌ ପ୍ରଦାନ କରି ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଦୀପ୍ତି (୭୪୨ପଏଣ୍ଟ) ଶୀର୍ଷ ସ୍ଥାନରେ ଥିବା ଇଂଲଣ୍ଡର ସୋଫି ଏକ୍ଲେଷ୍ଟୋନ୍‌ଙ୍କ ଠାରୁ ଆଉ ୧୪ ପଏଣ୍ଟ ପଛରେ ରହିଛନ୍ତି । ପେସ୍‌ ବୋଲର ରେଣୁକା ୫ଟି ସ୍ଥାନ ଉନ୍ନତି ଘଟାଇ କ୍ୟାରିୟର ଶ୍ରେଷ୍ଠ  ତୃତୀୟ ସ୍ଥାନରେ ରହିଥିବାବେଳେ ସ୍ନେହ ଦଶମ, ଗାଏକୱାଡ୍‌ ୧୭ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅଲରାଉଣ୍ଡର ତାଲିକାରେ ଦୀପ୍ତି ତୃତୀୟ ସ୍ଥାନରେ ଥିବାବେଳେ ୱେଷ୍ଟଇଣ୍ଡିଜ୍‌ର ହାୟଲି ମାଥ୍ୟୁସଙ୍କ ଏକ ନମ୍ବର ସ୍ଥାନ ଅପରିବର୍ତ୍ତିତ ରହିଛି ।

   Related Posts