ଦିଲ୍ଳୀ ଏମ୍ସରେ ବାଧ୍ୟତାମୂଳକ ହେଲା ମାସ୍କ, ୫ ରୁ ଅଧିକ ଲୋକ ହୋଇପାରିବେନି ଏକାଠି

Published By : Prameya-News7 Bureau | December 22, 2022 IST

ନୂଆଦିଲ୍ଳୀ, ୨୨/୧୨: ଦୁନିଆରେ କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦେଖି ଦିଲ୍ଲୀ ଏମ୍ସ ମାର୍ଗଦର୍ଶିକା ଜାରି କରିଛି। ଏଥିରେ କୁହାଯାଇଛି ଯେ ଏବେ ଏମ୍ସର କର୍ମଚାରୀଙ୍କୁ ହସ୍ପିଟାଲ ପରିସରରେ କୋଭିଡ୍ ନିୟମର ପାଳନ କରିବାକୁ ହେବ। ଏବେ ହସ୍ପିଟାଲ ପରିସରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ୫ ରୁ ଅଧିକ ଲୋକଙ୍କୁ ଜମା ହେବା ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି। ଏନେଇ ଏମ୍ସ ପ୍ରଶାସନ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି।

ଆଡଭାଇଜରୀରେ କୋଭିଡ୍ ସଂକ୍ରମଣ ରୋକିବା ପାଇଁ କର୍ମଚାରୀଙ୍କୁ ସ୍ବଚ୍ଛତା ଏବଂ ସାନିଟାଇଜେସନ ଉପ​ରେ ଧ୍ୟାନ ଦେବାକୁ କୁହାଯାଇଛି। ସାମାଜିକ ଦୂରତା ବଜାୟ ରଖିବା। ହାତକୁ ସାନିଟାଇଜ୍ କରିବା। କରୋନାଠରୁ ଅଧିକ ବିପଦ ଥିବା କର୍ମଚାରୀ, ବୟସ୍କ ଲୋକ, ଗର୍ଭବତୀ ଏବଂ ଅନ୍ୟ ରୋଗରେ ଆକ୍ରାନ୍ତ ଲୋକଙ୍କ ଉପରେ ଅଧିକ ଧ୍ୟାନ ଦେବାକୁ କୁହାଯାଇଛି। ସେପଟେ କେନ୍ଦ୍ର ସରକାର ଦେଶରେ କରୋନା ସହ ଲଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.