ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ସହ ନଥିଲା ମନ୍ଦାନା କରିମିଙ୍କ ସିକ୍ରେଟ୍ ଆଫେୟାର, ଅଭିନେତ୍ରୀ କହିଲେ- ସେ ମୋର ବନ୍ଧୁ

Published By : Prameya-News7 Bureau | April 21, 2022 IST

ମୁମ୍ବାଇ ୨୧।୪: କଙ୍ଗନା ରାଣାଓ୍ବତଙ୍କ ଶୋ’ ‘ଲକ୍ ଅପ୍’ରୁ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିବା ଅଭିନେତ୍ରୀ ତଥା ମଡେଲ ମନ୍ଦାନା କରିମି ବାହାରି ସାରିଛନ୍ତି । ଶୋ’ ରେ ଥିବାବେଳେ ସେ ତାଙ୍କ ଗର୍ଭପାତ ଏବଂ ସିକ୍ରେଟ୍ ଆଫେୟାର ସହ ଜଡିତ ରହସ୍ୟ ଉପରୁ ପରଦା ଉଠାଇଥିଲେ । ଯାହାକୁ ନେଇ ନାନା ପ୍ରକାର ଚର୍ଚ୍ଚା ହୋଇଥିଲା ।

ଶୋ’ରେ ମନ୍ଦାନା କହିଥିଲେ ଯେ, ଜଣେ ଚଳଚ୍ଚିତ୍ର ନିର୍ମାତା ତାଙ୍କୁ ପ୍ରତାରଣା କରିଛନ୍ତି । ସେ ଗର୍ଭବତୀ ମଧ୍ୟ ହୋଇଛନ୍ତି । ଏହାପରେ ଆଲୋଚନା ହୋଇଥିଲା ଯେ ସେହି ନିର୍ଦ୍ଦେଶକ ଜଣଙ୍କ ହେଉଛନ୍ତି ଅନୁରାଗ କଶ୍ୟପ। ତେବେ ଶୋ’ରୁ ବାହାରିବା ପରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଅନୁରାଗ କଶ୍ୟପ ସେହି ନିର୍ଦ୍ଦେଶକ ନୁହଁନ୍ତି ଯିଏ ତାଙ୍କୁ ପ୍ରତାରଣା କରିଥିଲେ ।

ସେ କହିଛନ୍ତି, “ଅନୁରାଗ ମୋ ବନ୍ଧୁ ଥିଲେ ଏବଂ ଆମେ ଏପର୍ଯ୍ୟନ୍ତ ବନ୍ଧୁ ଅଛୁ । ମୁଁ ହେଡଲାଇନ୍ସ ଦେଖିଛି । ଏହା ଏମିତି ନୁହେଁ । ଏହା ଅତ୍ୟନ୍ତ ଭୁଲ ଏବଂ ଦୁର୍ଭାଗ୍ୟଜନକ । ମୁଁ ଏଠାରେ ପୁଣି ଦୋହରାଇବାକୁ ଚାହୁଁଛି ଯେ ନ୍ୟୁଜ୍ ଏବଂ ହେଡଲାଇନରେ ଏହିପରି ଏକ ନାମ ବାଛିବା ଏବଂ ଲୋକଙ୍କ ଆଗରେ ଏହା ରଖିବା ଅତ୍ୟନ୍ତ ଦୁଃଖଦାୟକ ।”

ମନ୍ଦାନା ଆହୁରି କହିଛନ୍ତି ଯେ, ଯେଉଁ ଚଳଚ୍ଚିତ୍ର ନିର୍ମାତାଙ୍କ ବିଷୟରେ ସେ ଶୋ’ରେ କହିଥିଲେ ସେ ତାଙ୍କ ବନ୍ଧୁ ନୁହଁନ୍ତି । ହଁ ମୋର ଏକ ସିକ୍ରେଟ୍ ଥିଲା, ଯାହାକୁ ମୁଁ ଶୋ’ରେ ସେୟାର କରିଥିଲି । ଶୋ’ର ଫର୍ମାଟ୍ ଅନୁସାରେ ମୋତେ ଏକ ସିକ୍ରେଟ୍ ସେୟାର କରିବାର ଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.