ନାୟୀକାଙ୍କ ନାମ ଶ୍ରାବଣୀ । ସେ କେବଳ ନାୟୀକା ନୁହନ୍ତି ଏକ ବହୁ ମୂଖୀ ପ୍ରତିଭା । ରାଜଧାନୀ ଅପେରାର କଳାକାର ଶ୍ରାବଣୀ ଏକାଧାରରେ ଜଣେ ଗାୟୀକା, ଉପସ୍ଥାପିକ ବା ଆଙ୍କର ଏବଂ ଅଭିନେତ୍ରୀ । ପ୍ଲେ ବ୍ୟାକ୍ ସିଙ୍ଗର, ଆଙ୍କର ପରେ ଏବେ ସେ ମଞ୍ଚରେ କରୁଛନ୍ତି ଅଭିନୟ । ଦୀର୍ଘ କଳାକାର ଜାବନ । ସଂଘର୍ଷ ଏବଂ ସଫଳତାର କାହାଣୀ ଭିତରେ ଅନେକ ଦୁଃଖ ବି ଅଛି, ଲୁହ ଅଛି , ଅଛି ମଧ୍ୟ କୋହ । ତାଙ୍କଭାଷାରେ କଳାକାର ହୃଦୟରେ କାନ୍ଦେ, ତାହାକୁ ଦେଖି ପାରନ୍ତିନାହିଁ କେହି, ଦେଖି ବି ପରାନ୍ତି ନାହିଁ ଦର୍ଶକ । କଳା ଓ ଅଭିନୟର ମାୟା ଏତେ ଯେ, ତାହା ଭିତରେ ବ୍ୟକ୍ତିଗତ ସୁଖ- ଦୁଃଖ କୁ ଭାବିବାକୁ କଳାକାର ଲାଗି ବେଳ ନଥାଏ ।
{"id":224902,"sizeSlug":"large"}
ସ୍କୁଲରେ ଗୀତ ଗାଉଥିଲେ । ସେହି ଗୀତ ଶୁଣି ତାରେଣୀ ଗଣନାଟ୍ୟର ମାଲିକ ନାରାୟଣ ରାୟ ପ୍ରତିଭା ଚିହ୍ନିଲା ଭଳି ତାଙ୍କୁ ନେଇ ଆସିଲେ ତାଙ୍କ ଅନୁଷ୍ଠାନକୁ । ସେହି ଦିନରୁ ଆରମ୍ଭ ହେଲା କଳାକାର ଜୀବନ । ଆବଶ୍ୟକତା ଥିଲା ରୋଜଗାରର, କାରଣ ବୟସ ହେଲା ବେଳକୁ ନିଜ ଘର , ପରିବାର ପାଇଁ ଆରମ୍ଭ ହେଲା ସଂଘର୍ଷ । ଶ୍ରାବଣୀ ପ୍ଲେବ୍ୟାକ୍ ସିଙ୍ଗର । ତାରେଣୀରୁ ତାରପୁର ଅପେରା । ସେଠାରେ ଆକ୍ସିଡେଣ୍ଟାଲି ଆରମ୍ଭ ହେଲା ଆଙ୍କରିଂର ଭୂମିକା । ନିୟମିତ ଆଙ୍କରଙ୍କ ଅନୁପସ୍ଥିତିରେ ସେ ଆଙ୍କର ହୋଇଗଲେ । ବିନା ପ୍ରସ୍ତୁତିରେ ବିଶେଷ କିଛି ନଭାବି ସେ ଷ୍ଟେଜ କୁ ଆଙ୍କରିଂ କରିବାକୁ ଆସନ୍ତି . ଆଉ ଦର୍ଶକଙ୍କ ପସନ୍ଦ ଓ ଇଚ୍ଛାରେ ତାଙ୍କ ଆଙ୍କରିଂ ଆରମ୍ବ ହୁଏ। ପୁରା ଘରୋଇ କଥା ବାର୍ତ୍ତା ଭଳି । ତାହାହିଁ ତାଙ୍କ ଆଙ୍କରିଂର ବିଶେଷତ୍ବ ଓ ତାଙ୍କ ପରିଚୟ , ତାଙ୍କଲୋକପ୍ରିୟତା । ଏହା କୁହନ୍ତି ଶ୍ରାବଣୀ । ତେବେ ଅଭିନୟରେ ତାଙ୍କଅଭିଜ୍ଞତା ବିଶେଷ ବେଶି ବର୍ଷ ନୁହେଁ । ତୁଳସୀ ଗଣନାଟ୍ୟରୁ ତାଙ୍କ ଅଭିନୟ ଆରମ୍ଭ । ଆଉ ଏବେ ସେ ମଞ୍ଚ ଅଭିନୟରେ ମାହିର ।
{"id":224903,"sizeSlug":"large"}
ବିଭିନ୍ନ ଭାବେ ଦର୍ଶକଙ୍କୁ ହସାଏ, ମନୋରଂଜନ କରାନ୍ତି କଳାକାର, ଅଭିନେତା ଓ ଅଭିନେତ୍ରୀ । ତାହା ଭିତରେ ନିଜ କଥାକୁ ପଛରେ ରଖିବାକୁ ହୁଏ, କିମ୍ବା ତାଙ୍କ ଆଗରେ ଢାଲ ରହି ସେ ସସବୁକୁ ଅଟକାଇ ଦିଏ । ଠିକ୍ ସେମିତି କ୍ୟାନସର ପୀଡିତ ବାପାଙ୍କ ମୃତ୍ୟୁ ଖବର ପାଇ ନଥିଲେ ଶ୍ରାବଣୀ । ଘରୁ ଆସିଥିବା ଚିଠି ତାଙ୍କୁ ନଦେଇ ଚିରି ଦେଇଥିଲେ ମ୍ୟାନେଜର ।ବାପାଙ୍କ ଶେଷ କର୍ମ ସମୟରେ ଶ୍ରାବଣୀ ଅଜାଣତରେ ଆମିଷ ଖାଇଥିଲେ । ଆଉ ବାପାଙ୍କ ମୃତ୍ୟୁର ୧୧ /୧୨ ଦିନ ପରେ ପହଞ୍ଚିଥିବା ଭାଇର ନଣ୍ଡା ହେବା କାରଣ ପଚାରି ବାପାଙ୍କ ମୃତ୍ୟୁ ଖବର ପାଇଥିଲେ ଶ୍ରାବଣୀ ।ସେ ବେଦନା ଓ ଦୁଃଖ କହିହେବନି । ବାପାଙ୍କ ପାଇଁ ଶୁଦ୍ଧି ହୋଇପାରିଲେନି ,କି ଆମିଷ ବି ପାଳି ପାରିଲେନି । କାରଣ କଲାକାରକୁ କାନ୍ଦିବା ମନା । ମଞ୍ଚ ଓ ଦର୍ଶକ ଆଗ, ନିଜ କଥା ପଛ ।
{"id":224904,"sizeSlug":"large"}
ପ୍ରତି ସେକେଣ୍ଡରେ ପରୀକ୍ଷା ଦେଉଥିବା କଳାକାର କେତେ ବେଳେ ଦର୍ଶକଙ୍କ ଗାଳି ତ କେତେବେଳେ ତାଳି ପାଏ । କେତେବେଳେ ଯୋତା ମାଳ ତ କେବେ ଫୁଲ ମାଳ ପିନ୍ଧେ ।ଯାଯାବର ଜୀବନ । ଦୁଃଖ ଅନେକ । ତେବେ ଦର୍ଶକଙ୍କ ପ୍ରଶଂସା ପାଇଲେ ଭୁଲିହୋଇଯାଏ କଷ୍ଟ ।
ଗୀତ ପ୍ରତି ଦୁର୍ବଳତା , କିନ୍ତୁ ଦର୍ଶକ କୁହନ୍ତି ତାଙ୍କ ଆଙ୍କରିଂ ଭଲ । ତେବେ ସେ ଚାହିଁ ନଥିଲେ ଅଭିନୟ କରିବାକୁ । କିନ୍ତୁ ଭଗବାନଙ୍କ ନିର୍ଦ୍ଦେଶ ଥିଲା ଭିନ୍ନ । ସେ ଦର୍ଶକଙ୍କ ପସନ୍ଦ ବି ହୋଇପାରି ଛନ୍ତି ।ପ୍ରକୃତରେ ଶ୍ରାବଣୀ ସମସ୍ତଙ୍କ ପ୍ରିୟ ।ଠିକ୍ ଶ୍ରାବଣର ବର୍ଷା ଭଳି ।