oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ସଂପୂର୍ଣ୍ଣା ଓ୍ୱେବ ପୋର୍ଟାଲ ଅଫିସରେ କ୍ରାଇମ୍‌ବ୍ରାଞ୍ଚ, ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ନେଇ ଆସୁଛି ଆଉ ଏକ ଟିମ୍‌

2/04/2022 at 2:43 PM

ଭୁବନେଶ୍ୱର ୦୨।୦୪ : ମାନସ ସ୍ୱାଇଁ ହତ୍ୟା ମାମଲା । ଆଜି ସରୁଛି ସମସ୍ତ ଅଭିଯୁକ୍ତ ରିମାଣ୍ଡ ଅବଧି । ତେବେ ଶେଷର ଦିନରେ ପୁରା ଆକ୍ସନମୋଡ଼କୁ ଆସିଛି କ୍ରାଇମ୍‌ବ୍ରାଞ୍ଚ । ଘଟଣାରେ ତଥ୍ୟ ସଂଗ୍ରହ ପାଇଁ ସଂପୂର୍ଣ୍ଣା ଓ୍ୱେବ ପୋର୍ଟାଲ ଅଫିସରେ ପହଞ୍ଚିଛି କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ । ସେହିପରି ଅନ୍ୟ ଏକ ଟିମ୍‌ ସହ ଭୁବନେଶ୍ୱର ଆସୁଛନ୍ତି ଶର୍ମିଷ୍ଠା ଓ ନିରଞ୍ଜନ।

ସେପଟେ ଘଟଣାରେ ଅଧିକ ତଦନ୍ତ ପାଇଁ କ୍ରାଇମ୍‌ସ୍ପଷ୍ଟକୁ ଯାଇଛି କ୍ରାଇମ୍‌ବ୍ରାଞ୍ଚ । କଟକ ସ୍ଥିତ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରୁ ୨ଟି ଟିମ୍‌ ବାହାରିଛି । ତେବେ ଉଭୟ ଟିମ୍‌ କେଉଁ କେଉଁ ସ୍ଥାନକୁ ଯାଇଛି । ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ ଯେ,  ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତଙ୍କ ରିମାଣ୍ଡର ଆଜି ଶେଷ ଦିନ । ରିମାଣ୍ଡ ସମୟରେ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କଠାରୁ ଅନେକ ତଥ୍ୟ ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡ ସ୍ଥାନ ଦୟାଲ ଆଶ୍ରମରୁ ଶବ ପୋତିବା ସ୍ଥାନ ରଣପୁରର ବଧିପାଟଣାକୁ ମାନସଙ୍କ ମୃତଦେହ ନେବାରେ ଶର୍ମିଷ୍ଠା ଏବଂ ଝୁନାଙ୍କର ମୁଖ୍ୟ ଭୂମିକା ଥିଲା । ଅନ୍ୟ ଅଭିଯୁକ୍ତ ଭାଗ୍ୟଧର ଓ ରଞ୍ଜନ ମଧ୍ୟ ମୃତଦେହ ପୋତିବାରେ ସହାୟତା କରିଥିଲେ ।

   Related Posts