oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ମାନସଙ୍କୁ ଅପହରଣ କରିଥିଲା ରଞ୍ଜନ, ସାଙ୍ଗରେ ଥିଲେ ଶର୍ମିଷ୍ଠା : ଚଣ୍ଡିଖୋଲରୁ ମିଳିଲା ଅଧାପୋଡ଼ା ଚପଲ

31/03/2022 at 1:08 PM

କଟକ ୩୧।୦୩ : ସତ ମାନିଲା ରଞ୍ଜନ । ସେ ହିଁ କରିଥିଲେ ମାନସକୁ ଅପହରଣ । କ୍ରାଇମ୍‌ବ୍ରାଞ୍ଚ ଆଗରେ ସବୁ ସତ ଓଗାଳିଲା ଅଭିଯୁକ୍ତ ରଞ୍ଜନ ନାୟକ । ଅପହରଣ ବେଳେ ସାଥିରେ ଥିଲେ ଶର୍ମିଷ୍ଠା , ଝୁନା ଭୋଇ, ଭାଗ୍ୟଧର ନାୟକ, ନିଲୁ ଓରଫ ବିବେକ ।

ଖବର ଅନୁଯାୟୀ, କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ । ଏହି ଜେରା ବେଳେ ମାନସଙ୍କୁ ଅପହରଣ କରିଥିବା କଥା କ୍ରାଇମ୍‌ବ୍ରାଞ୍ଚ ଆଗରେ ମାନିଥିଲା ରଞ୍ଜନ । ଏପରିକି ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂପର୍କରେ କ୍ରାଇମବ୍ରାଞ୍ଚକୁ ଜଣାଇଛି । ଅପହରଣ ଦିନ କେଉଁ କେଉଁ ଲୋକ ଉପସ୍ଥିତ ଥିଲେ, କାହା କାର୍‌ରେ ମାନସଙ୍କୁ ଅପହରଣ କରାଯାଇଥିଲା । ସେନେଇ ସମସ୍ତ କଳାଚିଠା ଖୋଲିଛି ରଞ୍ଜନ । ଏହାପରେ ରଞ୍ଜନଙ୍କୁ ନେଇ ଚଣ୍ଡିଖୋଲ ଯାଇଥିଲା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ।

କ୍ରାଇମବ୍ରାଞ୍ଚ ଟିମ୍‌କୁ ମାନସଙ୍କ ମୋବାଇଲର ଇୟର ଫୋନ୍‌, ଅଧାପୋଡ଼ା ଚପଲ ମିଳିଛି । ଚଣ୍ଡିଖୋଲ ନିକଟ ଦୈତାରୀ-ପାରାଦୀପ ରାସ୍ତା କଡରୁ ମିଳିଛି ଏହି ସମସ୍ତ ପ୍ରମାଣ । ଏପିରିକି  ଦୈତାରୀ-ପାରାଦୀପ ରାସ୍ତା କଡ ଵୁଦାରୁ ମିଳିଛି କୋଡି, କୋଦାଳ। ଏହି ସମୟରେ ମାନସକୁ କିଡନାପ କରିଥିବା ମାନିଲା ଅଭିଯୁକ୍ତ ରଞ୍ଜନ ନାୟକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଳାସପୁର ନିକଟରୁ ଶର୍ମିଷ୍ଠାଙ୍କ କାର୍‌ରେ ମାନସଙ୍କୁ କିଡନାପ କରାଯାଇଥିଲା । କିଡନାପ ବେଳେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସହ , ଝୁନା ଭୋଇ, ଭାଗ୍ୟଧର ନାୟକ , ନିଲୁ ଓରଫ ବିବେକ ସାଙ୍ଗରେ ଥିଲେ ।

   Related Posts