ନିରଞ୍ଜନ ସେଠୀଙ୍କୁ ଝଟ୍‌କା, ଖାରଜ ହେଲା ଜାମିନ ଆବେଦନ

Published By : Prameya-News7 Bureau | April 26, 2022 IST

ଭଦ୍ରକ ୨୬।୦୪ : ନିରଞ୍ଜନଙ୍କୁ ଝଟ୍‌କା । ଖାରଜ ହେଲା ଜାମିନ ଆବେଦନ । ମାନସ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କର ଜାମିନ ଆବେଦନ ଖାରଜ କରିଛନ୍ତି ଭଦ୍ରକ ଜିଲ୍ଲା ଜଜ୍।

ଖବର ଅନୁଯାୟୀ, କ୍ୟାମେରମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ୭ ଜଣ ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ନିରଞ୍ଜନ ସେଠୀ ଅନ୍ୟତମ ଅଭିଯୁକ୍ତ । ତେବେ ଅଭିଯୁକ୍ତ ନିରଞ୍ଜନ ସେଠୀ ଭଦ୍ରକ ଜିଲ୍ଲା ଜଜଙ୍କ ନିକଟରେ ଜାମିନ ଆବେଦନ କରିଥିଲେ । କିନ୍ତୁ ତାକୁ ଖାରଜ କରିଦେଇଛନ୍ତି ମାନ୍ୟବର କୋର୍ଟ । ସେହିପରି କ୍ରାଇମବ୍ରାଞ୍ଚ ସିଡି ଦାଖଲ କରିନଥିବାରୁ ପରମେଶ୍ୱର , ଭାଗ୍ୟବାନ ସାହୁ , ବିବେକ ଓ କୃଷ୍ଣଚନ୍ଦ୍ରଙ୍କର ଜାମିନ ଦରଖାସ୍ତର ଶୁଣାଣି ତାରିଖ ଘୁଞ୍ଚିଯାଇଛି। ପରବର୍ତ୍ତି ଶୁଣାଣି ନେଇ ବିଶେଷ ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.