ଓଡ଼ିଆରେ ଶପଥ ନେଲେ ନବ ନିର୍ବାଚିତ ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ସୁଲତା ଦେଓ

Published By : Prameya-News7 Bureau | July 08, 2022 IST

ନୂଆଦିଲ୍ଲୀ ୦୮/୦୭: ରାଜ୍ୟସଭାରେ ଶପଥ ନେଲେ ବିଜେଡିର ରାଜ୍ୟସଭା ନିର୍ବାଚିତ ନୂଆ ସାଂସଦ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ । ଦିନ ୧୧ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ମାନଙ୍କର Alphabetical order ରେ ସଂସଦ ରେ ନବ ନିର୍ବାଚିତ ସାଂସଦ ମାନେ ପଦ ଓ ଗୋପୋନୀୟତାର ଶପଥ ଗ୍ରହଣ କରିଛନ୍ତି ।

ଓଡ଼ିଆରେ ଶପଥ ନେଇଥିଲେ ଏହି ଦୁଇ ସାଂସଦ । ସୂଚନା ଥାଉକି, ନିଜ ନିଜ ପରିବାର ସହିତ ଦୁଇ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ତେବେ ପରବର୍ତ୍ତି ସମୟରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ ସସ୍ମିତ ପାତ୍ର ।

ପୂର୍ବରୁ ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ । ପରେ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିଲେ । ବିରୋଧୀ କୌଣସି ପ୍ରାର୍ଥୀ ଦେଇନଥିବାରୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.