ଆସନ୍ତା ରଥଯାତ୍ରା ସମୟରେ ଯାଞ୍ଚ କରାଯିବ ରତ୍ନଭଣ୍ଡାର, ସରକାରଙ୍କୁ ପରିଚାଳନା କମିଟିର ସୁପାରିଶ

Published By : Prameya-News7 Bureau | August 04, 2023 IST

ପୁରୀ ୪।୮: ଆସନ୍ତାବର୍ଷ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଯାଞ୍ଚ ପାଇଁ ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖାଯାଇଥିଲା । ଆସନ୍ତା ରଥଯାତ୍ରା ୨୦୨୪ ସମୟରେ ଯାଞ୍ଚ କରାଯିବ ରତ୍ନଭଣ୍ଡାର । ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ । ଏକ ଟେକ୍ନିକାଲ କମିଟି ଗଠନ କରାଯାଇ ରତ୍ନଭଣ୍ଡାରର ସମସ୍ତ ସର୍ଭେ କରାଯିବ । ଆସନ୍ତା ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବା ସହ ଜଣେ ସୁପ୍ରିମକୋର୍ଟ ଓ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରହିବେ । ଶ୍ରୀମନ୍ଦିର ପରିଚାଳନ କମିଟି ବୈଠକ ପରେ ଏହା ଜଣାପଡିଛି ।

wp:embed {"url":"https://www.prameyanews7.com/ratna-bhandar-isuue-in-high-court/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ratna-bhandar-isuue-in-high-court/
/wp:embed

ସେପଟେ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି ୨୦୨୩ ରଥଯାତ୍ରା । ସେବାୟତ ବାସଗୃହ ଯୋଜନା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ସେପ୍ଟେମ୍ବର ୨୦୨୪ରେ ଏହି କାର୍ଯ୍ୟ ସରିବ । ସେବାୟତ ଗୁରୁକୂଳ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଛି । ବନକଲାଗି ନୀତି ବୁଧବାର ଦିନ ହିଁ କରାଯିବ । ଯଦି ବୁଧବାର ଅଧିକ ନୀତିକାନ୍ତି ଥିବ ତେବେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ଗୁରୁବାର ମଧ୍ୟ ଏହି ନୀତି କରାଯିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ହିଁ ଚାରିଦ୍ବାର ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ ।

You Can Read :

wp:embed {"url":"https://www.prameyanews7.com/10-thousand-fine-to-mokim-n-election-case/","type":"wp-embed","providerNameSlug":"prameya-news-7"}
https://www.prameyanews7.com/10-thousand-fine-to-mokim-n-election-case/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.