ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ନୂତନ ପରିଚାଳନା କମିଟିର ଆଜି ପ୍ରଥମ ବୈଠକ, ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା

26/08/2021 at 8:32 AM

ପୁରୀ ୨୬।୦୮: ନୂତନ ପରିଚାଳନା କମିଟିର ଆଜି ପ୍ରଥମ ବୈଠକ । ପୁରୀ ବଡଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହେବ। ସକାଳ ୧୧ଟା ରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ।

ତେବେ ବୈଠକରେ ହେରିଟେଜ କରିଡର, ସେବାୟତ କଲ୍ୟାଣ, ନୂତନ ସବକମିଟି ଗଠନ ଓ ଗତ ରଥଯାତ୍ରାର ସମୀକ୍ଷା ନେଇ ଆଲୋଚନା କରାଯିବ। ଅନ୍ୟପଟେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନର ଆଜି ଚତୁର୍ଥ ଦିନ ହୋଇଥିବା ବେଳେ  ହଜାର ହଜାର ସଂଖ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ ଆଜି ମହାପ୍ରଭୁଙ୍କ ଦର୍ଶନରେ ସାମିଲ ହୋଇଛନ୍ତି। ଭକ୍ତମାନେ ପ୍ରମାଣପତ୍ରର ହାର୍ଡ କପି ପାଇବା ପାଇଁ ପୌରସଂସ୍ଥା ପକ୍ଷରୁ ରାଜନହର ସମ୍ମୁଖରେ ଦେୟମୁକ୍ତ ସେବାର ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ରେଖା ପଞ୍ଚମୀ ଅବସରରେ ମହାପ୍ରଭୁଙ୍କୁ ସୁବର୍ଣ୍ଣ ରାହୁ ରେଖା ଲାଗି କରାଯିବ। ଏଥିପାଇଁ ଅପରାହ୍ନ ଦୁଇଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। 

   Related Posts