ଋଣ ଖିଲାପିଙ୍କୁ ମ୍ୟାନେଜର ଓ ଦଲାଲ୍‌ଙ୍କ ନିର୍ଯାତନା ଅଭିଯୋଗ, ବ୍ୟାଙ୍କ ନିକଟରେ ଆତ୍ମହତ୍ୟା କଲେ ଚାଷୀ

Published By : Prameya-News7 Bureau | March 08, 2020 IST

ଉତ୍ତରପ୍ରଦେଶ୮/୩: ସାମ୍ନାକୁ ଆସିଛି ଏକ ହଦୟ ବିଦାରକ ଦୃଶ୍ୟ। ଋଣ ବୋଝରେ ବୁଡ଼ି ରହିଥିବା ଚାଷୀ ବ୍ୟାଙ୍କ ନିକଟରେ ଥିବା ଗଛରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସୋସାଇଟି ନୋଟ୍‌ ଲେଖି ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ପଛରେ ବ୍ୟାଙ୍କ ମ୍ୟାନେଜର ଓ କିଛି ଦଲାଲଙ୍କୁ ଦାୟୀ କରିଛନ୍ତି। ଚାଷୀଙ୍କ ମୃତ୍ୟୁ ପରେ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ଧାରଣରେ ବସିଛନ୍ତି କୃଷକ ସଂଗଠନ। ସୋସାଇଟି ନୋଟ୍ ଅନୁଯାୟୀ ତାଙ୍କ ଆତ୍ମହତ୍ୟା ପାଇଁ ଦାୟୀଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ପାଇଁ କୃଷକ ସଂଗଠନ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ,  ଉତ୍ତରପ୍ରଦେଶ ଥାନା ଅଞ୍ଚଳ ଥିବା ଅଲ୍ଲୀବାଲା ନିବାସୀ ୫୦ ବର୍ଷୀୟ ବେଦପାଲଙ୍କ ପୁଅ ମେହର ସିଂହ ଫତେହପୁରର ଭାଦୋସ୍ଥିତ ପିଏନ୍‌ବି ବ୍ୟାଙ୍କ ନିକଟରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପୋଲିସ୍‌ ପଠାଇ ଦେଇଥିଲା। ଥାନା ଅଧିକାରୀ ଅମିତ ଶର୍ମାଙ୍କ କହିବା ଅନୁସାରେ ମୃତଙ୍କ ପକେଟ୍‌ରୁ ସୋସାଇଟି ନୋଟ୍ ମିଳିଥିଲା। ତାଙ୍କ ଆତ୍ମହତ୍ୟା ପଛରେ କେଉଁମାନେ ଦାୟୀ ସେହି ସଂପର୍କରେ ଲେଖା ରହିଛି।

ବ୍ୟାଙ୍କ ମ୍ୟାନେଜର ରାକେଶ ଚୌହାନଙ୍କ କହିବା ମୁତାବକ, ମୃତ ଚାଷୀ ପିଏନବି ବ୍ୟାଙ୍କରୁ ଋଣ ନେଇଥିଲେ। ଠିକ୍‌ ସମୟରେ ଋଣ ପୈଠ କରି ପାରି ନଥିଲେ। ତାଙ୍କୁ ନୋଟିସ୍‌ ମଧ୍ୟ କରାଯାଇଥିଲା। ପୁଣି ସେ ଅନ୍ୟ ଏକ ବ୍ୟାଙ୍କରୁ ଋଣ ନେଇଥିବା କଥା ମଧ୍ୟ ବ୍ୟାଙ୍କ ମ୍ୟାନେଜର କହିଛନ୍ତି। ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାର ପ୍ରକୃତ ତଦନ୍ତ ହେଉ ବୋଲି ମ୍ୟାନେଜର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.