ବୃଦ୍ଧାଶ୍ରମ ମ୍ୟାନେଜରଙ୍କୁ ହତ୍ୟା, ଶୋଇଥିବା ବେଳେ ହାଣିଦେଲା ରୋଷେୟା

Published By : Prameya-News7 Bureau | November 12, 2022 IST

ପାରାଦୀପ, ୧୨/୧୧: ପାରାଦୀପ ଲକ୍ ଥାନା ଅଧୀନ ପାରାଦୀପଗଡ ରାଜ ଉଆସ ଭିତରେ ହତ୍ୟା । ରାଜ ଉଆସ ଭିତରେ ଥିବା ଜରାଶ୍ରମରେ ଏହି ହତ୍ୟାକାଣ୍ଡ ଘଟିଛି । ଜରାଶ୍ରମର ମ୍ୟାନେଜର୍ ସନ୍ତୋଷ ବେହେରାଙ୍କୁ ଦିନବେଳେ ହତ୍ୟା କରାଯାଇଛି । ସନ୍ତୋଷ ଆଜି ଦିନ ୧୨ଟା ପାଖଆଖ ଆଶ୍ରମରେ ଥିବା ଏକ କୋଠାରୀରେ ଶୋଇଥିବା ବେଳେ ଆଶ୍ରମରେ ରୋଷେୟା ଥିବା ଭଦ୍ରକ ଅଞ୍ଚଳର କୀର୍ତ୍ତନ ପରିଡା ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଆକ୍ରମଣ ଦ୍ୱାରା ସନ୍ତୋଷଙ୍କର ମୃତ୍ୟୁ ହୋଇଛି ।

ତେବେ ଆକ୍ରମଣକାରୀ ହତ୍ୟାକାଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଖସିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ସ୍ଥାନୀୟ ଲୋକେ ତାକୁ କାବୁ କରିନେଇଥିଲେ। କାବୁ କରିବା ବେଳେ ସେ ସାର ଖାଇ ଦେବାରୁ ତାର ଅବସ୍ଥା ଗୁରୁତର ହୋଇଯାଇଥିଲା। ତାକୁ ପୋଲିସ୍ ତୁରନ୍ତ ଅଠରବାଙ୍କୀ ମେଡିକାଲକୁ ନେଇଥିଲା । ଘଟଣା ସ୍ଥଳରେ ପୋଲିସ୍ ପହଂଚି ଛାନଭିନ୍ ଆରମ୍ଭ କରିଛି । ହତ୍ୟାରେ ବ୍ୟବହୃତ କଟୁରୀ ଓ କୋଦାଳକୁ ଜବତ କରିଛି ପୋଲିସ। ତେବେ ଦିନ ଦ୍ୱିପ୍ରହରରେ ଏଭଳି ଘଟଣା ପାରାଦୀପ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.