ଅଙ୍ଗନବାଡି ସଂଘର ଅଭିନବ ପ୍ରତିବାଦ, ଧାରଣା ସ୍ଥଳରେ ବସାଇଲେ ମାଣ ଓ ଗାଇଲେ ଆଦିବାସୀ ଗୀତ

Published By : Prameya-News7 Bureau | December 08, 2022 IST

ନୀଳଗିରି ୦୮/୧୨: ୮ ଦଫା ଦାବୀ ନେଇ ଶତାଧିକ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ଧାରଣା ଆଜି ୩ ଦିନରେ ପହଞ୍ଚିଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ସିଡିପିଓ ଅଫିସ ଆଗରେ ବସିଛନ୍ତି ଧାରଣାରେ । ତେବେ ଆଜି ମାଣବସା ଗୁରୁବାର ହୋଇଥିବାରୁ ଧାରଣାସ୍ଥଳରେ ମହିଳାମାନେ କରିଛନ୍ତି ପୂଜାର୍ଚ୍ଚନା ।

କଳସ ବସାଇ ଦୀପଜାଳି ପୂଜାର୍ଚନା କରିବା ପରେ ଭୋଗଲଗାଇ ସିଡିପିଓ ଅଫିସ କର୍ମଚାରୀଙ୍କୁ ବାଣ୍ଟିଥିଲେ । ଏହାସହ ମାଣବସାଇ ଗାଇଥିଲେ ଲକ୍ଷ୍ମୀପୂରାଣ । ଏଭଳି ପ୍ରତିବାଦ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିବା କର୍ମୀ କହନ୍ତି । ସରକାରୀ ମାନ୍ୟତା ଦାବି, ୫ହଜାର ଟଙ୍କା ମାସକୁ ପେନସନ ପ୍ରଦାନ, ଅଙ୍ଗନୱାଡି କର୍ମୀଙ୍କୁ ମାସକୁ ୧୮ ହଜାର ଟଙ୍କା ଦରମା ଓ ସହାୟିକାଙ୍କୁ ମାସକୁ ୯ ହଜାର ଟଙ୍କା ଦରମା ପ୍ରଦାନ, ମିନି ଅଙ୍ଗନୱାଡିକୁ ଅଙ୍ଗନୱାଡି କେନ୍ଦ୍ର କରାଯାଉ, ଜିକେଏସ କାର୍ଯ୍ୟରୁ ବାଦ ଦେବା, ଗରମ ଖାଦ୍ୟର ମାନ ବୃଦ୍ଧି କରାଯିବା ଭଳି ୮ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି କହିଛନ୍ତି ।

ଏହି ଆନ୍ଦୋଳନରେ ନୀଳଗିରି ପୂର୍ବତନ ବିଧାୟକ ତଥା ସଂଘର ଉପଦେଷ୍ଟା ଚିତ୍ତରଞ୍ଜନ ଷଡ଼ଙ୍ଗୀ ସାମିଲ ହୋଇ ନିଜେ ପୂଜାକରି ସରକାର ଶୀଘ୍ର ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି । ସେପଟେ ସଂଘର ସଭାପତି ମଧ୍ୟ ସରକାର ଦାବିଗୁଡିକ ମାନିବାକୁ ମଧ୍ୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.