ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ରାଜରାସ୍ତାରେ ମାଣ ଓଷା ପାଳିଲେ ଅଙ୍ଗନବାଡି ଦିଦି, ନାପସନ୍ଦ କଲେ ସ୍ଵାଭିମାନୀ ଓଡ଼ିଆ

24/11/2022 at 9:21 PM

ଭୁବନେଶ୍ଵର: ମାର୍ଗଶିର ମାସ ଗୁରୁବାର।  ଓଡ଼ିଆଣୀଙ୍କ ପାଇଁ ପବିତ୍ର ଦିନଟିଏ। ଘରେ ଝୋଟି ପକାଇ ନାରୀମାନେ ମାଣ ଓଷା ପାଳନ କରିଛନ୍ତି।  ତେବେ ଏହି ମାର୍ଗଶିର ଗୁରୁବାର ପ୍ରତିବର୍ଷ ଏକ ସମାନ ଚିତ୍ର ଦେଖାଯାଇଥାଏ।  ଆନ୍ଦୋଳନରତ ମହିଳାମାନେ ରାଜରାସ୍ତା ଉପରେ ମାଣଓଷା କରୁଥିବାର ଦେଖାଯାଉଛି ।  ଅନେକ ସ୍ବାଭିମାନି ଓଡ଼ିଆ ଏମିତି ରାସ୍ତା ଉପରେ ମାଣଓଷାକୁ ନାପସନ୍ଦ କରିଛନ୍ତି।

ରାଜଧାନୀର ରାଜରାସ୍ତା। ପଡ଼ିଛି ଝୋଟି , ମଝିରେ ଥୁଆ ହୋଇଛି ଖଟୁଲି । ସେଥିରେ ମାଣ ରଖି ଧାନ ପେଣ୍ଡି ଘୋଡ଼ାଇ ଏକାଠି ସମସ୍ତେ କରୁଛନ୍ତି ମାଣ ଓଷା। ଖାଲି ରାଜଧାନୀ କାହିଁକି କଟକ ସିଏମସି ଅଫିସ ଆଗରେ ମଧ୍ୟ ସମାନ ଦୃଶ୍ୟ। ସେଠାରେ ମଧ୍ୟ ଝୋଟି ପକାଇ ମାଣ ଓଷା ଚାଲିଛି। ଏମାନେ ସମସ୍ତେ ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ ୱାର୍କର୍ସ ଆସୋସିଏସନର ସଦସ୍ୟାମାନେ। ସରକାରଙ୍କ ପାଖରେ ୮ ଦଫା ଦାବି ନେଇ ଏମାନେ ଧାରଣା ଦେଇଛନ୍ତି। ଆଜି ପଡ଼ିଲା ମାର୍ଗଶିର ମାସ ଗୁରୁବାର। ତେଣୁ ଏଣେ ଲକ୍ଷ୍ମୀଙ୍କ ବ୍ରତବାର ସେପଟେ ଧାରଣା ଦେବାରୁ ଅଗ୍ରସର। ତେଣୁ ଏହି ରାସ୍ତା ଉପରେ ସମସ୍ତେ ଏକାଠି ହୋଇ ମାଣଓଷା କରିଛନ୍ତି। ପ୍ରତିବାଦ କରିଛନ୍ତି।  ଶୁଣନ୍ତୁ ସେମାନଙ୍କ ମୁହଁରୁ

ମାର୍ଗଶିର ଗୁରୁବାର। ବ୍ରାହ୍ମଣଙ୍କ ଠାରୁ ଚଣ୍ଡାଳ ଯେମନ୍ତେ,  ଲକ୍ଷ୍ମୀ ପୂଜାରେ ରତ ଅଛନ୍ତି ସମସ୍ତେ। ତେବେ ଘର ଛାଡ଼ି ଏମାନେ ଏମିତି ରାଜରାସ୍ତାରେ ମାଣ ଓଷା କରିବାକୁ ଅନେକ ସ୍ବାଭିମାନୀ ଓଡ଼ିଆ ନାପସନ୍ଦ କରିଛନ୍ତି। ଯଦିଓ ଅଙ୍ଗନବାଡ଼ି କର୍ମୀଙ୍କର ଆନ୍ଦୋଳନ ଓ ଦାବି ପ୍ରତି ସେମାନେ ବିରୋଧ କରିନାହାନ୍ତି କିନ୍ତୁ ରାସ୍ତା ଉପରେ ମାଣଓଷା ମହାଲକ୍ଷ୍ମୀଙ୍କୁ ଉପହାସ  ସଦୃଶ ବୋଲି ସେମାନେ କହିଛନ୍ତି। ଗୋମୟ ଜଳରେ ଘରକୁ ଲିପିବ, ଲକ୍ଷ୍ମୀଦେବୀ ପାଦପଦ୍ମ ଚିତାକୁ ଲେଖିବ। ଏହି ଓଷା ଘରର ଦେବାସ୍ଥାନରେ ହେବାକଥା। ଏହି ବ୍ରତର ମୂଳ ତତ୍ବ ପବିତ୍ରତା ରହିଥାଏ । ଏମିତିକି କୁହାଯାଏ ମହାଲକ୍ଷ୍ମୀ ପ୍ରସାଦ ଯେ ପରକୁ ନଦେବ, ବିଭାହେବା ଝିଅ ଯେ ସୁଦ୍ଧା ନଖାଇବ। କିନ୍ତୁ ଓଡ଼ିଆ ନାରୀ ହୋଇ ଏମାନେ ଏମିତି ରାସ୍ତା ଉପରେ ମାଣ ଓଷା କେମିତି ଏକାଠି ହୋଇ କରିଲେ ବୋଲି ପ୍ରଶ୍ନ କରିଛନ୍ତି। ଏଭଳି ଓଷାର ଆସର ଖୋଦ ମହାଲକ୍ଷ୍ମୀଙ୍କ ପ୍ରତି ଉପହାସ ବୋଲି ସେମାନେ କହିଛନ୍ତି।

କେବଳ ଅଙ୍ଗନବାଡ଼ି ଦିଦି ନୁହନ୍ତି , ପୂର୍ବରୁ ମଧ୍ୟ ଠିକ ଏହି ସମୟରେ ରାଜଧାନୀରେ ଧାରଣା ଦେଇଥିବା ବିଭିନ୍ନ ମହିଳା ସଂଗଠନ ଏଠାରେ ଏଭଳି ଢଙ୍ଗାରେ ମାଣଓଷା କରିଛନ୍ତି। ଦାବି ପୂରଣ ପରେ   ରାସ୍ତା ଉପରେ ସେମିତି ଚିତା ଛାଡ଼ି ନିଜ ନିଜ ବାଟରେ ଚାଲି ଯାଇଛନ୍ତି। ଏବେ ପୁଣି  ଦାବି ପୂରଣ ମାଧ୍ୟମ ହୋଇଛି ରାସ୍ତାରେ ଓଷା। 

   Related Posts