Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ବାରରେ ମଦ ପିଇ ଗଣ୍ଡଗୋଳ କଲେ, ଏବେ ମିଳିଲା ୪୦ କୋଟି ଟଙ୍କାର କ୍ଷତିପୂରଣ

18/08/2021 at 11:12 PM

ମେକ୍ସିକୋ ୧୮/୦୮: ବାର୍‌ରେ ବସି ପେଟେ ମଦ ପିଇଲେ, ଝଗଡ଼ା କଲେ। ଏବେ ୪୦ କୋଟିର କ୍ଷତିପୂରଣ ପାଇଲେ ବ୍ୟକ୍ତି। ଏବେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ ଜେଲ୍‌ ଯିବା ବଦଳରେ ତାଙ୍କୁ କ୍ଷତିପୂରଣ କେମିତି ମିଳିଲା ?  ବ୍ୟକ୍ତ ଜଣଙ୍କ ଏନେଇ କୋର୍ଟରେ ମକଦ୍ଦମା କରିଥିଲେ। ତାଙ୍କ ମତରେ ବାର ମାଲିକ ଏବଂ କର୍ମଚାରୀଙ୍କ ପାଇଁ ହିଁ ସେ ଅଧିକ ମଦ୍ୟ ପାନ କରିଥିଲେ ଏବଂ ଅନ୍ୟ ଜଣଙ୍କ ସହ ଝଗଡ଼ା କରିଥିଲେ। ଯଦି ସେମାନେ ତାଙ୍କୁ ମଦ ପିଇବାକୁ ଦେଇନଥାନ୍ତେ ତେବେ ଝଗଡ଼ା ହିଁ ହୋଇନଥାନ୍ତା। ୨୦୧୯ରେ ଏହି ମାମଲା ହୋଇଥିବା ବେଳେ ଏବେ କୋର୍ଟ ରାୟ ପ୍ରକାଶ କରିବା ସହ ବାର କର୍ତ୍ତୃପକ୍ଷଙ୍କୁ ୫.୫ ମିଲିୟନ୍‌ ଡଲାର କ୍ଷତିପୂରଣ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦେବାକୁ ନିର୍ଦେଶ ଦେଇଛନ୍ତି।

ମେଲ୍‌ ଅନଲାଇନ୍‌ରେ ପ୍ରକାଶିତ ଖବର ଅନୁସାରେ, ଡାନିଏଲ୍‌ ରଲ୍‌ସ ଟେକ୍ସାସ୍‌ରେ ଥିବା ଲା ଫୋଗାଟା ମେକ୍ସିକାନ୍‌ ଗ୍ରିଲସ ବାରରେ ହୋଇଥିବା ଏକ ଗଣ୍ଡଗୋଳରେ ଆହତ ହୋଇଥିଲେ। ଏହା ପରେ କୋର୍ଟରେ ପହଞ୍ଚିଥିଲେ ଡାନିଏଲ। ଏବେ କୋର୍ଟଙ୍କ ରାୟ ତାଙ୍କ ସପକ୍ଷରେ ଯାଇଥିବା ବେଳେ ଓଲଟା ବାର ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଡାନିଏଲ୍‌ ୪୦ କୋଟି ଟଙ୍କାରୁ ଅଧିକ କ୍ଷତିପୂରଣ ମଧ୍ୟ ପାଇଛନ୍ତି।

ଘଟଣାଟି ମେ’ ୨୦୧୯ରେ ୭୦୮ ଇଷ୍ଟ ବ୍ରଡ୍‌ଓ୍ବେ ଷ୍ଟ୍ରିଟ୍‌ରେ ଘଟିଥିଲା।  ଏହି ମାମଲାରେ କୋର୍ଟ ଏବେ ବାରର ମାଲିକ ଲର୍ଡସ୍‌ ଗାଲିଣ୍ଡୋ ଏବଂ ଜଣେ ବାର ଆଟେଣ୍ଡାଣ୍ଟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।  ଏହି ଦୁଇ ଜଣ ଅବହେଳା କରି ଡାନିଏଲଙ୍କୁ ଅଧିକ ମଦ୍ୟପାନ କରିବାକୁ ସୁଯୋଗ ଦେଇଥିଲେ ବୋଲି କୋର୍ଟ କହିଛନ୍ତି। ଯାହାକି ଗଣ୍ଡଗୋଳକୁ ପ୍ରୋତ୍ସାହିତ କରିଥିଲା। ଡାନିଏଲ ଆହତ ହେବା ପରେ ବାର ପକ୍ଷରୁ ଆମ୍ବୁଲାନ୍ସକୁ କଲ୍‌ କରାଯାଇନଥିଲା ବୋଲି ମଧ୍ୟ କୁହାଯାଇଛି।

ଏହା ବ୍ୟତୀତ ଯଦି ବାର ମାଲିକଙ୍କର ଦୋଷ ନଥିଲା ତେବେ କୋର୍ଟରେ ଶୁଣାଣି ପାଇଁ କାହିଁକି ହାଜର ହେଉନଥିଲେ। ଏହାକୁ ନେଇ ମଧ୍ୟ କୋର୍ଟ ଆପତ୍ତି ଉଠାଇଥିଲେ।  ମଜାଦାର କଥା ହେଉଛି, ଡାନିଏଲ ଜଣେ ଜଣାଶୁଣା ଅପରାଧୀ। ଆଣ୍ଡ୍ରିୟୁ କାଉଣ୍ଟି ଜେଲ୍‌ ରେକର୍ଡ ଅନୁସାରେ ସେ ଦୁଇ ଥର ଫେବୃଆରୀ ୨୦୧୯ ଏବଂ ମେ ୨୦୨୦ରେ ଗିରଫ ହୋଇଛନ୍ତି ।

   Related Posts