scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାତାରାତି ୭୭ ବର୍ଷୀୟ ବୃଦ୍ଧ ହେଲେ କୋଟିପତି, କିନ୍ତୁ ପତ୍ନୀଙ୍କ ପାଇଁ କିଣିଲେ ତରଭୁଜ

21/09/2023 at 3:15 PM

ନୂଆଦିଲ୍ଲୀ ୨୧।୦୯: କଥାରେ ଅଛି ଭଗବାନ ଯେବେ ବି ଦିଅନ୍ତି ଛପର ଫାଡି ଦିଅନ୍ତି । ଏହା କେବଳ ଢଗ କଥା ନୁହେଁ  ବରଂ ସତ । ଏହାର ଉଦାହରଣ ହେଉଛନ୍ତି ଜଣେ ୭୭ ବର୍ଷୀୟ ବୃଦ୍ଧ । ତାଙ୍କର ଲାଗିଛି ଏକ ଲଟେରୀ । ସେ ପୁଣି ୫ ମିଲିୟନ ଡଲାରର । ଯାହା ତାଙ୍କ ଭାଗ୍ୟ ହିଁ ବଦଳେଇ ଦେଇଛି । ବ୍ୟକ୍ତି ଜଣକ ହେଉଛନ୍ତି ଆମେରିକା କଲୋରଡୋର ୭୭ ବର୍ଷିୟ ମିଷ୍ଟର ବ୍ରଡ୍‌ ।  ଲଟେରୀ ଜିତିବା ପରେ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କ ପାଇଁ ଏପରି କିଛି କିଣିଛନ୍ତି, ଯାହା ବେଶ୍ ଚର୍ଚ୍ଚାରେ ରହିଛି ।

୭୭ ବର୍ଷିୟ ମିଷ୍ଟର ବ୍ରଡ୍‌ କଲୋରଡୋ ଲୋଟୋ ପ୍ଲସ୍ ଜ୍ୟାକପଟରେ ୫ ମିଲିୟନ୍‌ ଡଲାର ଅର୍ଥାତ୍ ୪୨ କୋଟି ଟଙ୍କା ଜିତିଛନ୍ତି । କୋଟି କୋଟି ଟଙ୍କା ଜିତିବା ପରେ ମିଷ୍ଟର ବ୍ରଡ୍‌ ପ୍ରଥମେ ନିଜ ପତ୍ନୀଙ୍କ ପାଇଁ ତରଭୁଜ ଏବଂ ଫୁଲ କିଣିଥିଲେ । ଆଉ ଏପରି ସାଧାରଣ ଜିନିଷ କିଣିବା ପରେ ବ୍ୟକ୍ତିଙ୍କ ଚର୍ଚ୍ଚାକୁ ଆସିଥିଲେ । ଅନେକ ପ୍ରଶ୍ନ କରିଥିଲେ କି କୋଟି କୋଟି ଟଙ୍କା ଜିତିବା ପରେ ବି ବ୍ୟକ୍ତି ଜଣକ ପତ୍ନୀଙ୍କୁ ଏତେ ସାଧାରଣ ଜିନିଷ କାହିଁକି ଦେଲେ ?

ବାସ୍ତବରେ ମିଷ୍ଟର ବ୍ରଡ ଏବଂ ତାଙ୍କ ପତ୍ନୀ ଏକ ସାଧାରଣ ଜୀବନ ଯାପନ କରନ୍ତି । ବ୍ରଡଙ୍କ ପତ୍ନୀଙ୍କର ଅସ୍ତ୍ରୋପଚାର ହେବାର ଅଛି । ଏଥିପାଇଁ ସେ ତାଙ୍କୁ ପସନ୍ଦ ଥିବା ଜିନିଷ କିଣି ଦେଇଥିଲେ । ମିଷ୍ଟର ବ୍ରଡ କହିଛନ୍ତି କି ଏହି ଲଟେରୀ ଟଙ୍କା ତାଙ୍କୁ ବେଶ୍ ସହାୟକ ହେବ । କାରଣ ପତ୍ନୀଙ୍କ ଅସ୍ତ୍ରୋପଚାର ପାଇଁ ଟଙ୍କା ଆବଶ୍ୟକ ଥିଲା । ଆଉ ଏହି ଟଙ୍କାରେ ସେ ପତ୍ନୀଙ୍କର ଚିକିତ୍ସା କରିପାରିବେ । ଏଥିପାଇଁ ବ୍ରଡ ବେଶ୍‌ ଖୁସି ଅଛନ୍ତି । 

ଖବର ଅନୁଯାୟୀ, ରିଟାୟର୍ଡ ମିଷ୍ଟର ବ୍ରଡ୍‌ ବୁଲିବାକୁ ଯାଇଥିଲେ । ସେହି ସମୟରେ ସେ ଏକ ଲଟେରୀ ଟିକେଟ୍‌ କିଣିଥିଲେ । ଯେତେବେଳେ ସେ ନିଜ ଯାତ୍ରାରୁ ଫେରିଥିଲେ, ସେତେବେଳେ ସେ ୱେବସାଇଟରେ ନିଜର ଲଟେରୀ ଟିକେଟ୍ ଚେକ୍‌ କରିଥିଲେ । ଓ୍ବେବ୍‌ସାଇଟ୍‌ରେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଭାବିଲେ ଯେ ଏଥିରେ କିଛି ନିଶ୍ଚିତ ଭୁଲ ହୋଇଛି । କିନ୍ତୁ ଏହା ବାସ୍ତବ ଥିଲା ।

You Can Read:

   Related Posts